ଲକ୍ଷ୍ନୌ: ପ୍ରଥମେ ବିବାଦୀୟ ପରେ ଫେରାର । ଆଉ 3 ଦିନ ଧରି ପୋଲିସ ଟିମର ଅପରେସନରେ ଗତକାଲି(ମଙ୍ଗଳବାର) ଗିରଫ ହୋଇଥିଲେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ। ଗିରଫ ପରେ ନରମି ଯାଇଛନ୍ତି ଶ୍ରୀକାନ୍ତ । ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଲାଗୁଛି ସେ ଅନୁତପ୍ତ । ମହିଳାଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗରେ ଗିରଫ ଶ୍ରୀକାନ୍ତ କହିଛନ୍ତି, ''ପୀଡିତା ମହିଳା ମୋ ଭଉଣୀ ପରି। ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି ।''
୪ ଦିନ ଧରି ଫେରାର ଥିବା ଶ୍ରୀକାନ୍ତ ତ୍ୟାଗିଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଥିଲା। ମେରଟରୁ ନୋଏଡା ପୋଲିସ ତାଙ୍କୁ ବାନ୍ଧିଥିଲା । ଏସଟିଏଫ ଓ ପୋଲିସର 12ଟି ଟିମ ତାଙ୍କୁ ଖୋଜୁଥିଲା । ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ମାମଲାରେ ସୁରଜପୁର କୋର୍ଟ ତ୍ୟାଗୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। କୋର୍ଟକୁ ଯିବା ସମୟରେ ସେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ପୀଡିତା ମହିଳା ତାଙ୍କ ଭଉଣୀ ପରି ଓ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି ଏବଂ ତାଙ୍କୁ ରାଜନୈତିକ ରୂପେ ହଟାଇବାକୁ ଚେଷ୍ଟା କରାଯାଉଥିବା କହିଥିଲେ ଶ୍ରୀକାନ୍ତ । ସେ ଆହୁରି କହିଛନ୍ତି, ''ଘଟଣା ନେଇ ମୁଁ ଅନୁତପ୍ତ । ସେ ମୋ ଭଉଣୀ ପରି । ଘଟଣାଟି ରାଜନୈତିକ ।''
ଏହା ବି ପଢନ୍ତୁ...Human Trafficking: 2 ଲକ୍ଷରେ ଯୁବତୀଙ୍କୁ ବିକି ଦେଲା ପଡୋଶୀ, 2 ମାସ ଧରି ଦୁଷ୍କର୍ମର ଶିକାର
ଶ୍ରୀକାନ୍ତ ତ୍ୟାଗୀ ନିଜକୁ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟ ଭାବେ ପରିଚୟ ଦେଉଥିଲେ। ଏଥିସହ ଭିଭିଆଇପି ଷ୍ଟିକର ଥିବା ଗାଡ଼ି ମଧ୍ୟ ଚଳାଉଥିଲେ। ବିଜେପି ସହ ଶ୍ରୀକାନ୍ତଙ୍କ କୌଣସି ସମ୍ପର୍କ ନଥିବା କହିଛି ଦଳ। ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଗାଳି ଗୁଳଜ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ମାମଲାର ରୁଜୁ ହେବା ଦିନଠୁ ସେ ଫେରାର ଥିଲେ । ତାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ଉତ୍ତରପ୍ରଦେଶ ପୋଲିସ। ଶ୍ରୀକାନ୍ତଙ୍କୁ ଖୋଜିବା ପାଇଁ ନୋଏଡା ପୋଲିସ 12ଟି ଟିମ୍ ଗଠନ କରିଥିଲା । ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ଧାରା ୩୦୭ ଦଫାରେ ମାମଲା ରୁଜୁ ହୋଇଛି।