ETV Bharat / bharat

କାଲି ପାଓ୍ବରଙ୍କ ନେତୃତ୍ବରେ ବିରୋଧୀଙ୍କ ବୈଠକ, ରୁରାଲ EVM ଉପରେ ଆଲୋଚନା

author img

By

Published : Mar 22, 2023, 6:33 PM IST

ଆସନ୍ତାକାଲି ଶରଦ ପାଓ୍ବାରଙ୍କ ବାସଭବନରେ ଏକାଠି ହେବେ ବିରୋଧୀ । ରୁରାଲ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନର ବ୍ୟବହାର ପ୍ରସ୍ତାବକୁ ନେଇ ଆଲୋଚନା ହେବା ସୂଚନା । ଅଧିକ ପଢନ୍ତୁ

କାଲି ପାଓ୍ବରଙ୍କ ନେତୃତ୍ବରେ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ପୁଣି ଏକାଠି ହେବେ ବିରୋଧୀ । ଏଥର ଏନସିପି ନେତା ଶରଦ ପାଓ୍ବରଙ୍କ ନେତୃତ୍ବରେ ବିରୋଧୀ ଏକାଠି ହୋଇ ନିର୍ବାଚନ ଆୟୋଗଙ୍କ ରୁରାଲ ଇଭିଏମର ବ୍ୟବହାର ପ୍ରସ୍ତାବ ଉପରେ ଆଲୋଚନା କରିବେ । ଆସନ୍ତାକାଲି ସଂଧ୍ୟା ପ୍ରାୟ 6ଟାରେ ଶରଦ ପାଓ୍ବରଙ୍କ ବାସଭବନରେ ଏକାଧିକ ବିରୋଧୀ ଦଳର ନେତା ଏକାଠି ହେବାକୁ ଯାଉଛନ୍ତି । ଏହି ବୈଠକରେ ଏକାଧିକ ବିରୋଧୀ ଦଳର ଫ୍ଲୋର ଲିଡରଙ୍କୁ ନିମନ୍ତ୍ରଣ କରିଛନ୍ତି ନିଜେ ପାଓ୍ବାର । କାଲି ହେବାକୁ ଥିବା ବୈଠକରେ ରୁରାଲ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନର ବ୍ୟବହାର ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ଯାଉଥିବା ବେଳେ କେଉଁ ବିରୋଧୀ ଦଳମାନେ ଅଂଶଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ ।

ଏନସିପି ସୁପ୍ରିମୋ ଶରଦ ପାଓ୍ବାର ସମସ୍ତ ବିରୋଧୀ ଦଳର ଫ୍ଲୋର ଲିଡରମାନଙ୍କୁ ଚିଠି ଲେଖି ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଥିବା ରୁରାଲ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନର ବ୍ୟବହାର ଓ ଏହାର ସ୍ବଚ୍ଛତା ଉପରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଏ ସମ୍ପର୍କରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଆଲୋଚନା କରନ୍ତୁ ବୋଲି ପାଓ୍ବର ଲେଖିଥିବା ଚିଠିରେ ପ୍ରସ୍ତାବ ଦେଇଛନ୍ତି ।

ଏ ସମ୍ପର୍କରେ (ରୁରାଲ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନ) ନିର୍ବାଚନ ଆୟୋଗ ପ୍ରସ୍ତାବ ରଖିବା ସହ ସମସ୍ତ ରାଜନୈତିକ ଦଳର ମତାମତ ଚାହିଁଥିଲେ । ହେଲେ ଏଥିରେ ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳ ଅସହମତି ପ୍ରକାଶ କରିବା ସହ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନ କରିଥିଲେ । ପରେ ସାମାଜିକ କାର୍ଯ୍ୟକର୍ତ୍ତା ଓ ରାଜନୈତିକ ଦଳଙ୍କ ମଧ୍ୟରେ ଥିବା ସନ୍ଦେହକୁ ଆୟୋଗ ଦୂର କରିବା ନେଇ ପ୍ରତିଶୃତି ଦେଇଥିଲେ । ଏହି ପ୍ରସଙ୍ଗକୁ ନେଇ ମିଳିତ ବିରୋଧୀଙ୍କର କ’ଣ ରଣନୀତି ରହିବ ସେ ନେଇ ଏକ ବୈଠକ ଆୟୋଜନ କରିବାକୁ ପାଓ୍ବାର ଚିଠିରେ ପ୍ରସ୍ତାବ ଦେଇଛନ୍ତି ।

ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ପାଓ୍ବାର ଚିଠିରେ ଉଲ୍ଲେଖ କରିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବା ଉଦ୍ଦେଶ୍ୟରେ ବିରୋଧୀ ଦଳ ସେମାନଙ୍କର ଆଭିମୁଖ୍ୟ ରଖନ୍ତୁ । ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଓ କ୍ରିପ୍ଟୋଗ୍ରାଫରଙ୍କ ଆୟୋଗ ଦେଇଥିବା ଏହି ପ୍ରସ୍ତାବରେ କଣ ମତ ରଖୁଛନ୍ତି ତାହା ମଧ୍ୟ ତର୍ଜମା କରିବାକୁ ହେବ । ତେବେ ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିବା ବେଳେ କେଉଁମାନେ ପାଓ୍ବରଙ୍କ ପ୍ରସ୍ତାବକୁ ଗ୍ରହଣ କରୁଛନ୍ତି ତାହା ହୁଏତ କାଲି ପୂର୍ବାହ୍ନ ସୁଦ୍ଧା ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.