ETV Bharat / bharat

ଆଜି ପିକେ-ପାୱାରଙ୍କ ବୈଠକ; ସାମିଲ ହେବେ ବିରୋଧୀ

ଏକ ଅଣବିଜେପି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ଆଜି(ମଙ୍ଗଳବାର) ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖିଆ ଶରତ ପାୱାରଙ୍କ ଅଧକ୍ଷତାରେ ବସିବ ବୈଠକ । ପାୱାରଙ୍କ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବୈଠକରେ ଆଲୋଚନା ହେବ । ଅଧିକ ପଢନ୍ତୁ...

author img

By

Published : Jun 22, 2021, 7:26 AM IST

ଆଜି ପିକେ-ପାୱାରଙ୍କ ବୈଠକ
ଆଜି ପିକେ-ପାୱାରଙ୍କ ବୈଠକ

ନୂଆଦିଲ୍ଲୀ: ବିଜେପିକୁ ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ଏନସିପି । ଏକ ଅଣବିଜେପି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ଆଜି(ମଙ୍ଗଳବାର) ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖିଆ ଶରତ ପାୱାରଙ୍କ ଅଧକ୍ଷତାରେ ବସିବ ବୈଠକ । ପାୱାରଙ୍କ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବୈଠକରେ ଆଲୋଚନା ହେବ ।

ବୈଠକରେ ଅଣ କଂଗ୍ରେସ ବିରୋଧୀ ନେତା ସାମିଲ ହେବେ । ଏହା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ଭେଟି ସାରିଛନ୍ତି ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ଶରଦ ପାୱାରଙ୍କ ଘରେ ବୈଠକରେ 12ରୁ ଉର୍ଦ୍ଧ୍ବ ରାଜନୈତିକ ଦଳର ନେତା ସାମିଲ ହେବେ । ବୈଠକରେ ବର୍ତ୍ତମାନର ଆର୍ଥିକ ଓ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହୋବାର ସମ୍ଭାବନା ରହିଛି । ଏନସିପି ମୁଖ୍ୟ ଶରଦ ପାୱାର ପ୍ରଥମ ଥର ପାଇଁ ବୈଠକରେ ସାମିଲ ହେବେ ।

2024 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୁଦ୍ଧରେ ଏହି ବିରୋଧୀ ଦଳ ମେଣ୍ଟ ଲାଗି ବୈଠକ ଡକାଯାଇଛି । ଏଥରେ ତୃଣମୂଳ କଂଗ୍ରେସର ନେତା ଯଶବନ୍ତ ସିହ୍ନା ଯୋଗଦେବେ । 2018ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ଦ୍ବାରା ରାଷ୍ଟ୍ର ମଞ୍ଚ ଗଠନ କରାଯାଇଥିଲା । ବିଜେପି ବିରୋଧୀଙ୍କୁ ଏକାଠି କରିବା ପାଇଁ ବୈଠକ ଡାକିଛନ୍ତି । ତୃତୀୟ ମେଣ୍ଟର ରୂପରେଖ ନେଉ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇପାରେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.