ETV Bharat / bharat

ନିଜାମ ସଂସ୍କୃତିରୁ ମୁକ୍ତ ହୋଇ ମିନି ଇଣ୍ଡିଆ ହେବ ହାଇଦ୍ରାବାଦ: ଶାହା

author img

By

Published : Nov 29, 2020, 4:26 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଦ୍ରାବାଦ ପହଞ୍ଚି ଏଠାରେ ରୋଡ ଶୋ କରିବା ପରେ ସାମ୍ବାଦିକ ସମ୍ମିଳନୀକୁ କରିଛନ୍ତି ସମ୍ବୋଧନ । ହାଇଦ୍ରାବାଦକୁ ନିଜାମ ପରମ୍ପରାରୁ ମୁକ୍ତ କରି ମିନି ଇଣ୍ଡିଆରେ ପରିବର୍ତ୍ତିତ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ହାଇଦ୍ରାବାଦକୁ ନିଜାମ ସଂସ୍କୃତିରୁ ମୁକ୍ତ କରି ମିନି ଇଣ୍ଡିଆ କରିବାକୁ ଶାହଙ୍କ ପ୍ରତିଶ୍ରୃତି

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ବାଜି ମାରିବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ରରୁ ବହୁ ବଡ ବଡ ନେତା ମନ୍ତ୍ରୀ ଆସି ଭୋଟ ହାତେଇବାକୁ କରୁଛନ୍ତି ଭରପୁର ପ୍ରୟାସ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଦ୍ରାବାଦ ପହଞ୍ଚି ଏଠାରେ ରୋଡ ଶୋ କରିବା ପରେ ସାମ୍ବାଦିକ ସମ୍ମିଳନୀକୁ କରିଛନ୍ତି ସମ୍ବୋଧନ ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ରାଜ୍ୟରେ କ୍ଷମତାସୀନ ଟିଆଆରଏସ ବିକାଶର ରାସ୍ତାରେ କଣ୍ଟା ସାଜିଛି । ତେବେ ନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ହାଇଦ୍ରାବାଦର ଜନସାଧାରଣଙ୍କୁ ଅପିଲ କରିଛନ୍ତି ଶାହ ।

ଭବ୍ୟ ସ୍ବାଗତ ପାଇଁ ହାଇଦ୍ରାବାଦ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରି ଶାହ କହିଛନ୍ତି, ମୁଁ ଆଶ୍ବସ୍ଥ ଯେ ଏଥର ବିଜେପି ନିଜ ଦଳର ଆସନ ବଢାଇବା ପାଇଁ କିମ୍ବା ଉପସ୍ଥିତି ମଜବୁତ ପାଇଁ ନିର୍ବାଚନ ଲଢୁନାହିଁ, ବରଂ ହାଇଦ୍ରାବାଦରେ ଦଳର ମେୟର ଜିତାଇବାକୁ ନିର୍ବାଚନୀ ମୈଦାନରେ ରହିଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦକୁ ମେଡିକାଲ କଲେଜ ଉପହାର ଦେଇଛନ୍ତି । ହାଇଦ୍ରାବାଦର ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ହାଇଦ୍ରାବାଦକୁ ଜଳବନ୍ଦୀ ମୁକ୍ତି ସହର କରିବୁ । ବିଜେପି ହାଇଦ୍ରାବାଦରେ ଆଇଟି ହବ ପ୍ରତିଷ୍ଠା କରିବା, ଯାହା ଦ୍ବାରା ରୋଜଗାରର ସୁଯୋଗ ମିଳବ ବୋଲି ଶାହ ପ୍ରତିଶ୍ରୃତି ଦେଇଛନ୍ତି ।

ଅନ୍ୟପକ୍ଷେ ହାଇଦ୍ରାବାଦକୁ ନିଜାମ ପରମ୍ପରାରୁ ମୁକ୍ତ କରି ମିନି ଇଣ୍ଡିଆରେ ପରିବର୍ତ୍ତିତ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେ କହିଛନ୍ତି ଯେ ଆମେ ହାଇଦ୍ରାବାଦକୁ ନବାବ, ନିଜାମ ସଂସ୍କୃତିରୁ ମୁକ୍ତ କରି ଏଠାରେ ଏକ ମିନି ଇଣ୍ଡିଆ ନିର୍ମାଣ କରିବାକୁ ଯାଉଛୁ । ଆମେ ନିଜାମ ସଂସ୍କୃତିରୁ ମୁକ୍ତ ହାଇଦ୍ରାବାଦକୁ ଏକ ଆଧୁନିକ ସହରରେ ପରିଣତ କରିବାକୁ ଚାହୁଁଥିବା ଶାହା ପ୍ରତିଶ୍ରୃତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.