ETV Bharat / bharat

NRI Sukhjeet murder case: ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀକୁ ମୃତ୍ୟୁ ଦଣ୍ଡ, ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Oct 8, 2023, 10:01 AM IST

ଶାହଜହାନପୁରରେ ବ୍ରିଟିଶ ନାଗରିକ ସୁଖଜିତ ସିଂହ ହତ୍ୟା ମାମଲାରେ କୋର୍ଟ ପତ୍ନୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବେଳେ ପତ୍ନୀର ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆଗକୁ ପଢନ୍ତୁ..

ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀକୁ ମୃତ୍ୟୁ ଦଣ୍ଡ ଓ ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡାଦେଶ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଏନଆରଆଇ ସୁଖଜିତ ସିଂହ ହତ୍ୟାକାଣ୍ଡ ଘଟଣାର ପ୍ରକାଶ ପାଇଲା ରାୟ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଖଜିତ ସିଂହଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ଅପରାଧରେ ମୃତକଙ୍କ ପତ୍ନୀଙ୍କ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । 2016 ମସିହା ସେପ୍ଟେମ୍ବର 1 ତାରିଖରେ ଉତ୍ତରପ୍ରଦେଶ ଶାହଜହାନପୁରରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ ।

ବ୍ରିଟିଶ ନାଗରିକ ସୁଖଜିତ ସିଂହଙ୍କ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଶାହଜାନପୁର ଅତିରିକ୍ତ ଜିଲ୍ଲା କୋର୍ଟ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଖଜିତ ସିଂହଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ଅପରାଧରେ ମୃତକଙ୍କ ପତ୍ନୀଙ୍କ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ତ୍ରୀ । ପ୍ରତ୍ୟକ୍ଷଦର୍ଶୀ ଭାବେ 9 ବର୍ଷୀୟ ପୁଅ ସାକ୍ଷ୍ୟ ଆଧାରରେ ଓ ପୋଲିସର ତଦନ୍ତ ଅନୁସାରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଅକ୍ଟୋବର 5ରେ ତଥ୍ୟ ପ୍ରମାଣ ଆଧାରରେ 2 ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶନିବାର ଦିନ ଦଣ୍ଡ ଶୁଣାଇଛନ୍ତି । ମାମଲାକୁ ଅତ୍ୟନ୍ତ ଗମ୍ଭୀର କହିବା ସହ ଜଣକୁ ମୃତ୍ୟୁଦଣ୍ଡାଦେଶ ଓ ଅନ୍ୟଜଣକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ଏହାମଧ୍ୟ ପଢନ୍ତୁ..ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ, 35 ହଜାର ଜରିମାନା ବି ଦେବେ

ତେବେ 7 ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡ ବେଶ ଆଲୋଡନ ସୃଷ୍ଟି କରିଥିଲା । ସେପ୍ଟେମ୍ବର 1, 2016ରେ ଏହି ହତ୍ୟାକାଣ୍ଡ ଘଟିଥିଲା ଉତ୍ତରପ୍ରଦେଶ ଶାହଜାନପୁର ବଡ଼ା ଥାନା ଅନ୍ତର୍ଗତ ବସନ୍ତାପୁର ଗାଁରେ । ବଡା ଥାନା ଅନ୍ତର୍ଗତ ବସନ୍ତାପୁର ଗାଁ ବାହାରେ ଥିବା ଫାର୍ମ ହାଉସରେ ବ୍ରିଟିଶ ନାଗରିକ ସୁଖଜିତ ସିଂଙ୍କ ରକ୍ତାକ୍ତ ଶରୀର ଉଦ୍ଧାର ହୋଇଥିଲା । ଏଥିସହ ତାଙ୍କର 2ଟି ପୋଷା କୁକୁରଙ୍କୁ ବି ବିଷ ଦିଆଯାଇ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ଓ ମୃତକଙ୍କ ପତ୍ନୀ ରମନଦୀପ କୌରଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଥିଲା । ଏହାପରେ ତଦନ୍ତ ଓ ମୃତକଙ୍କ 9 ବର୍ଷୀୟ ପୁଅ ସାକ୍ଷ୍ୟ ଆଧାରରେ ରମନଦୀପ କୌର ଓ ତାଙ୍କ ପ୍ରେମିକ ଗୁରୁପ୍ରୀତକୁ ଗିରଫ କରିଥିଲା ।

ଏହାମଧ୍ୟ ପଢନ୍ତୁ..ମଥୁରା ପକ୍ସୋ କୋର୍ଟଙ୍କ ଐତିହାସିକ ରାୟ, 15 ଦିନରେ ଦୋଷୀକୁ ମୃତ୍ୟୁ ଦଣ୍ଡ

ତେବେ ସୁଖଜିତ ଓ ତାଙ୍କ ପତ୍ନୀ ରମନଦୀପ ଦୁଇ ଜଣ ବ୍ରିଟିଶ ନାଗରିକ ଥିଲେ । ପୋଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା ଯେ, ବ୍ରିଟେନରେ ହିଁ ରମନଦୀପ ଓ ଗୁରୁପ୍ରୀତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ସେଠାରେ ହିଁ ଏହି ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା । ଭାରତ ଆଣି ସୁଖଜିତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ପ୍ରେମୀ ଯୁଗଳ ।

ତେବେ ଟ୍ରାୟଲ ପରେ ଶନିବାର ମୁଖ୍ୟ ବିଚାରପତି ପଙ୍କଜ କୁମାର ଶ୍ରୀବାସ୍ତବ କୋର୍ଟରେ ପତ୍ନୀ ରମନଦୀପ ଓ ପ୍ରେମିକ ଗୁରପ୍ରୀତଙ୍କୁ ଦୋଷୀ କରିଥିଲେ । ରମନଦୀପଙ୍କୁ ଫାଶୀ ଓ ଗୁରୁପ୍ରୀତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲ କୋର୍ଟ । କୋର୍ଟଙ୍କ ନିଷ୍ପତି ପରେ ସୁଖଜିତଙ୍କ ମା ଅଂଶ କୌର କୋର୍ଟକୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.