ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚାରବାଗ ଷ୍ଟେସନରେ ଲାଇନଚ୍ୟୁତ ହେଲା ଶହୀଦ ଏକ୍ସପ୍ରେସ । ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଗାଡିଟି ଅମୃତସରରୁ ଜୟନଗର ଯାଉଥିବାବେଳେ ଏହାର ଡି-1 ଓ ବି-5 ବଗି ଧାରଣାରୁ ହଟିଯାଇଥିଲା । ତେବେ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଦୁଇ ବଗିରେ 155 ଜଣ ଯାତ୍ରୀ ବସିଥିଲେ ।
ସକାଳ 7ଟାରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଗୋଟିଏ ବଗିର ସମ୍ପୂର୍ଣ୍ଣ ଚକା ରେଳ ଟ୍ରାକରୁ ବାହାରି ଆସିଥିଲା । ଅନ୍ୟଟିର ଗୋଟିଏ ଚକା ବାହାରିଥିଲା । ସେପଟେ ଖବର ପାଇ ବରିଷ୍ଠ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ