ETV Bharat / bharat

ଆଜି ଶହୀଦ ଦିବସ, ବୀରଙ୍କୁ ଝୁରୁଛି ଦେଶ - ଆଜି ଶହୀଦ ଦିବସ

ଭାରତର ସ୍ବାଧିନତା ଇତିହାସରେ ସହିଦ ଭଗତ ସିଂହଙ୍କ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । ଜନ୍ ସାଣ୍ଡର୍ସଙ୍କ ହତ୍ୟା ଅଭିଯୋଗରେ ଭଗତ ସିଂହଙ୍କୁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ଫାଶୀ ଦିଆଯାଇଥିଲା । ଅଧିକ ପଢନ୍ତୁ

ଆଜି ଶହୀଦ ଦିବସ, ବୀରଙ୍କୁ ଝୁରୁଛି ଦେଶ
ଆଜି ଶହୀଦ ଦିବସ, ବୀରଙ୍କୁ ଝୁରୁଛି ଦେଶ
author img

By

Published : Mar 23, 2022, 10:28 AM IST

ହାଇଦ୍ରାବାଦ: ଭାରତର ସ୍ବାଧିନତା ଇତିହାସରେ ଶହୀଦ ଭଗତ ସିଂହଙ୍କ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । କମ ବୟସରେ ତାଙ୍କର ବୀରତ୍ବର ଗାଥା ଆଜି ବି ଶୁଣିଲେ ଦେହରେ ଖେଳିଯାଏ ଶିହରଣ । ତାଙ୍କ ବୀରତ୍ବ ଗାଥା ଶୁଣିଲେ ଗର୍ବରେ ଫୁଲି ଉଠେ ଛାତି ଓ ପ୍ରେରିତ ହୁଏ ଯୁବପିଢି । ସେ ହେଉଛନ୍ତି ବୀର ଭଗତ ସିଂହ ।

୧୯୦୭ରେ ପଞ୍ଜାବର ଲାୟଲପୁର ଜିଲ୍ଲାର ବଙ୍ଗା ଗାଁ ରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ । ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଭଗତ ସିଂହଙ୍କୁ ୧୯୧୬-୧୭ରେ ଲାହୋରର ଡିଏଭି ସ୍କୁଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସମ୍ପର୍କ ଲାଲା ଲଜପତ ରାୟ ଓ ଅମ୍ବାପ୍ରସାଦଙ୍କ ଭଳି ଦେଶଭକ୍ତଙ୍କ ସହ ହୋଇଥିଲା । ୧୯୧୯ରେ ରାଓଲାଟ ଆଇନ ବିରୋଧରେ ପୂରା ଭାରତରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ସେହିବର୍ଷ ଏପ୍ରିଲ ୧୩ ତାରିଖରେ ଜାଲିଆନାଓ୍ବାଗ ହତ୍ୟାକାଣ୍ଡ ହୋଇଥିଲା ।

ମହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଦ୍ବାରା ପ୍ରଭାବିତ ହୋଇ ୧୯୨୧ରେ ସ୍କୁଲ ଛାଡି ଦେଇଥିଲେ ଭଗତ । ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ଛାତ୍ରଙ୍କ ପାଇଁ ଲାଲା ଲାଜପତ ରାୟ ଲାହୋର ଠାରେ ନ୍ୟସନାଲ କଲେଜ ସ୍ଥାପନ କରିଥିଲେ ।ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ …ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଚଉଡା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ ।

ଭାରତରେ ଚାଲିଥିବା ରାଜନୈତିକ ବାତାବରଣକୁ ଅନୁଧ୍ୟାନ କରିବା ପାଇଁ ବ୍ରିଟିଶ ସରକାର 1928 ମସିହାରେ ସାଇମନ କମିଶନ ନାମକ ଏକ ଦଳକୁ ପଠାଇଥିଲେ । ଏହି କମିଶନ ଲାହୋର ପରିଦର୍ଶନରେ ଆସିବାବେଳେ ଲାଲା ଲଜପତ ରାୟ ଏହାର ଦୃଢ ବିରୋଧ କରିଥିଲେ । ଏହି ବିରୋଧ କ୍ରମଶଃ ହିଂସାର ରୂପ ଧାରଣ କଲା । ଏହି ସମୟରେ ଉପସ୍ଥିତ ବ୍ରିଟିଶ ପୋଲିସର ଲାଠି ଚାଳନାରେ ଲାଲାଜୀ ଗୁରୁତର ଆହତ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିଲେ ।

ପରେ ଲାଲା ଲାଜପତଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେ ରାଜଗୁରୁ, ସୁଖଦେବ, ଚନ୍ଦ୍ର ଶେଖର ଆଜାଦଙ୍କ ସହ ମିଶି ଇଂରେଜ ଅଧିକାରୀ ଜନ୍ ସାଣ୍ଡର୍ସଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ଇଂରେଜ ସରକାର କେନ୍ଦ୍ରୀୟ ବିଧାନସଭାରେ ପବ୍ଲିକ ସେଫ୍ଟି ବିଲ ଓ ଟ୍ରେଡ୍ ଡିସପ୍ୟୁଟ ବିଲ ଆଣିବାକୁ ଯୋଜନା କରୁଥିଲେ ।

ଏହି କର୍ମୀଙ୍କ ପାଇଁ ଭଗତ ସିଂହ ଏବଂ ବଟୁକେଶ୍ବର ଦତ୍ତଙ୍କୁ ଗିରଫ କରାଗଲା । ପରେ ଆଜୀବନ ଦଣ୍ଡ ମିଳିଥିଲା । ଜନ୍ ସାଣ୍ଡର୍ସଙ୍କ ହତ୍ୟା ଅଭିଯୋଗରେ ଭଗତ ସିଂହଙ୍କୁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ଫାଶୀ ଦିଆଯାଇଥିଲା । ଭଗତ ସିଂହଙ୍କ ସହ ରାଜଗୁରୁ ଏବଂ ସୁଖଦେବ ମଧ୍ୟ ଫାଶୀ ପାଇଥିଲେ । ଫାଶୀ ଦିଆଯିବା ସମୟରେ ଭଗତ ସିଂହ, ସୁଖଦେବଙ୍କ ବୟସ 2୩ ବର୍ଷ ହୋଇଥିବା ବେଳେ ରାଜଗୁରୁଙ୍କ ବୟସ ୨୨ ବର୍ଷ ହୋଇଥିଲା । ଲାହୋରର ପଞ୍ଜାବ ଠାରେ ଏହି ୩ ବୀରଙ୍କୁ ଫାଶୀ ଦିଆଯାଇଥିଲା । କିନ୍ତୁ ଦେଶ ପାଇଁ ଏହି ବଳିଦାନର ବାର୍ତ୍ତା ଆଜି ମଧ୍ୟ କୋଟି କୋଟି ଯୁବକଙ୍କ ହୃଦୟରେ ବହ୍ନି ଜାଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.