ଇସଲାମାବାଦ: କାଶ୍ମୀରରେ ପୁଣି ଥରେ ଧାରା-370 ପୁନଃଲାଗୁ କରନ୍ତୁ ଭାରତ ସରକାର । 2019 ମସିହା ଅଗଷ୍ଟ 5ରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପର ପ୍ରତ୍ୟାହାର ବିନା ସମାଧାନର ରସ୍ତା ସ୍ପଷ୍ଟ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହଓ୍ବାଜ ସିରଫ । ଆଜି ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସରିଫ ସିଧା କାଶ୍ମୀର ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି ।
-
#WATCH | For prevalence of peace in Asia, it's India's responsibility to revoke the unilateral and illegal decision of August 5, 2019, so that the issue of Jammu & Kashmir can be resolved with talks: Pakistan PM Shehbaz Sharif in an address to his country pic.twitter.com/8YKEcWBarY
— ANI (@ANI) May 27, 2022 " class="align-text-top noRightClick twitterSection" data="
">#WATCH | For prevalence of peace in Asia, it's India's responsibility to revoke the unilateral and illegal decision of August 5, 2019, so that the issue of Jammu & Kashmir can be resolved with talks: Pakistan PM Shehbaz Sharif in an address to his country pic.twitter.com/8YKEcWBarY
— ANI (@ANI) May 27, 2022#WATCH | For prevalence of peace in Asia, it's India's responsibility to revoke the unilateral and illegal decision of August 5, 2019, so that the issue of Jammu & Kashmir can be resolved with talks: Pakistan PM Shehbaz Sharif in an address to his country pic.twitter.com/8YKEcWBarY
— ANI (@ANI) May 27, 2022
ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାକିସ୍ତାନ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ସରିଫ । ନିଜ ପ୍ରଥମ ସମ୍ବୋଧନରେ ଭାରତ ପାକିସ୍ତାନ ସମ୍ପର୍କ ଓ କାଶ୍ମୀର ବିବାଦର ସାମାଧାନକୁ ଗୁରୁତ୍ବ ଦେଇଛନ୍ତି ସରିଫ । କେବଳ ଦକ୍ଷିଣ ଏସିଆ ନୁହେଁ, ସମଗ୍ର ଏସିଆ ମହାଦେଶରେ ଶାନ୍ତି ବଜାୟ ରଖିବାକୁୁ ହେଲେ, ଭାରତ କାଶ୍ମୀର ପ୍ରସଙ୍ଗରେ 2019 ଅଗଷ୍ଟ 5 ତାରିଖରେ ନେଇଥିବା ବେଆଇନ ପଦକ୍ଷେପର ପ୍ରତ୍ୟାହାର ଉପରେ ଚିନ୍ତା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ଉଚ୍ଛେଦ ହୋଇଥିବା ଧାରା ପୁନଃଲାଗୁ କରିବା ପରେ କଥାବାର୍ତ୍ତା ମାଧ୍ୟମରେ ହିଁ କାଶ୍ମୀର ପ୍ରସଙ୍ଗର ସାମାଧାନ ସମ୍ଭବ ବୋଲି ସରିଫ କହିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଲାଗି ରହିଥିବା ବିବାଦରେ ଆମ ପରପିଢି କାହିଁକ ସାମ୍ନା କରିବେ । ସୀମାର ଉଭୟ ପାଖରେ ଥିବା ଗରିବୀ ହଟାଇବା ଦିଗରେ ଦୁଇ ଦେଶର ସରକାର କାର୍ଯ୍ୟକ୍ରମ ନେବାକୁ ସମୟ ଆସିଛି ବୋଲି ସରିଫ ନିଜ ସମ୍ବୋଧନରେ କହିଛନ୍ତି ।
ସ୍ବାଧୀନତା ପର ଠାରୁ ଦୁଇ ଦେଶ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ନେଇ ବିବାଦ ଲାଗି ରହିଥିବା ବେଳେ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପାକିସ୍ତାନ ଗ୍ରହଣ କରିବାକୁ ନାରାଜ । କାଶ୍ମୀରରେ ଆତଙ୍କବାଦ ସୃଷ୍ଟି କରି ନିୟମିତ ଅସ୍ଥିରତା ସୃଷ୍ଟି କରିବା ପ୍ରୟାସରେ ଲାଗିଥିବା ପାକିସ୍ତାନକୁ 2019 ଅଗଷ୍ଟ 5 ରେ ବଡ ଝଟକା ଦେଇଥିଲା ଭାରତ ସରକାର । କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା-370 ଓ ଅନୁଚ୍ଛେଦ 35 (କ) ପ୍ରତ୍ୟାହାର କରି ରାଜ୍ୟ ବଦଳରେ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା ।
ଯାହାକୁ ନେଇ ପାକିସ୍ତାନ ଏକାଧିକ ଫୋରମରେ ଆପତ୍ତି ଉଠାଇ ଚାଲିଛି । ସେହିକ୍ରମରେ ନୂତନ ଭାବେ ପାକିସ୍ତାନର ଶାସନ କମାଣ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ମଧ୍ୟ ସେହି ପୂର୍ବ ପ୍ରଚଳିତ ଧାରାକୁ ଆପଣାଇବା ଆରମ୍ଭ କରିଛନ୍ତି । ନିଜ ପ୍ରଥମ ସମ୍ବୋଧନରେ ସେ ଧାରା 370 ଉଚ୍ଛେଦକୁ ବିରୋଧ କରିବା ସହ ଏହାର ଉଚ୍ଛେଦ ବିନା କାଶ୍ମୀରରେ ପ୍ରସଙ୍ଗରେ ସମାଧାନ ସମ୍ଭବ ନୁହେଁ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ