ETV Bharat / bharat

Aryan Khan drugs case: ୱାଙ୍ଖଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ SRK - Sameer Wankhede news

ଆର୍ଯ୍ୟାନ ଖାନ ଡ୍ରଗ କେସ ମାମଲାରେ (Aryan Khan drugs case) ପିତା ଶାହାରୁଖ ଖାନ ବର୍ତ୍ତମାନ ୱାଙ୍ଖଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡଛି । ଅଧିକ ପଢନ୍ତୁ

Aryan Khan drugs case
Aryan Khan drugs case
author img

By

Published : Nov 24, 2021, 10:12 AM IST

Updated : Nov 24, 2021, 10:38 AM IST

ମୁମ୍ବାଇ: ଆର୍ଯ୍ୟାନ ଖାନ ଡ୍ରଗ କେସ ମାମଲାରେ (Aryan Khan drugs case) ଏନସିବିର (NCB) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ଆର୍ଯ୍ୟାନଙ୍କ ପିତା ଶାହାରୁଖ ଖାନ ବର୍ତ୍ତମାନ ୱାଙ୍ଖଡେ ଓ ଏନସିବି ଟିମ୍ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବେ ବୋଲି ଜଣାପଡଛି ।

ଏ ନେଇ SRK ତାଙ୍କ ଆଡଭୋକେଟ ଟିମ ସହିତ ବିଚାର ବିମର୍ଷ କରିଥିବା ସୂଚନା ମିଳିଛି । ଟିମ୍ ଆର୍ଯ୍ୟାନଙ୍କୁ ମିଥ୍ୟା ମାମଲାରେ ଫସାଇଥିବା ୱାଙ୍ଖଡେଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ପରାମର୍ଶ ଦେଇଥିବା ଜଣାପଡିଛି । ୱାଙ୍ଖେଡଙ୍କ ପାଇଁ ଆର୍ଯ୍ୟାନଙ୍କୁ ୩ ସପ୍ତାହ ଜେଲରେ ବିତାଇବାକୁ ପଡିଥିଲା । ଆର୍ଯ୍ୟାନଙ୍କ ସହ ତାଙ୍କ ଦୁଇ ସାଥୀ ଜାହାଜରେ ଯାତ୍ରା କରିଥିଲେ ହେଲେ ସେ ଅପରାଧ ଘଟାଇ ନାହାନ୍ତି ବୋଲି କହିଛି ଟିମ୍ ।

ଏହା ମଧ୍ୟ ପଢନ୍ତୁ:ନୱାବଙ୍କ ଆକ୍ଷେପରେ ଅତିଷ୍ଠ ସମୀର ୱାଙ୍ଖଡେଙ୍କ ବାପା, ଦାୟର କଲେ ମାନହାନି ମକଦ୍ଦମା

ଏହା ପୂର୍ବରୁ ଆର୍ଯ୍ୟାନ ଖାନ ଡ୍ରଗ୍ସ ମାମଲାରୁ ଏନସିବି ଅଫିସର ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଥିଲା । ସମସ୍ତ ମାମଲାର ତଦନ୍ତ ଏନସିବିର ଦିଲ୍ଲୀ ଟିମକୁ ଦିଆଯାଇଥିଲା । ମାମଲା ଗଣମାଧ୍ୟମକୁ ଆସିବା ଦିନୁ ସମୀର ୱାଙ୍ଖଡେଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା । ପ୍ରକାଶ ଥାଉ କି, ଗତ ଅକ୍ଟୋବର ୩ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 24, 2021, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.