ETV Bharat / bharat

ଜୁନ ୨୩ ଯାଏଁ ଗିରଫ ହେବେନି ୱାଙ୍ଖଡେ, ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

ଆର୍ଯ୍ୟନ ଖାନ ଡ୍ରଗ କ୍ରୁଜ ମାମଲାରେ ସମୀର ୱାଙ୍ଖଡେଙ୍କୁ ବଡ ଆଶ୍ବସ୍ତି । ଜୁନ ୨୩ ଯାଏଁ ଅନ୍ତରୀଣ ସୁରକ୍ଷା ବୃଦ୍ଧି କଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

ସମୀର ୱାଙ୍ଖଡେଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି
ସମୀର ୱାଙ୍ଖଡେଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି
author img

By

Published : Jun 9, 2023, 11:42 AM IST

ମୁମ୍ବାଇ: ଆର୍ଯ୍ୟନ ଖାନ୍ କ୍ରୁଜ ଡ୍ରଗ୍ସ ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ବଡ ଆଶ୍ବସ୍ତି ମିଳିଛି । ମାମଲା ରଫାଦଫା ପାଇଁ ଶାହାରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ମାମଲାରେ ବମ୍ବେ ହାଇକୋର୍ଟ ଜୁନ ୨୩ ଯାଏଁ ୱାଙ୍ଖେଡଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି । ଏହି ଅବଧି ମଧ୍ୟରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିପାରିବ ନାହିଁ । ଏହାସହିତ ସିବିଆଇର ଲାଞ୍ଚ ମାମଲା ରବ୍ଦ କରିବାକୁ ୱାଙ୍ଖଡେଙ୍କ ଆବେଦନ ଉପରେ ଆସନ୍ତା ୨୩ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବମ୍ବେ ହାଇକୋର୍ଟର ବିଚାରପତି ଏଏସ୍ ଗଡକରି ଏବଂ ଏସ ଜି ଡିଗେଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଏହି ସମୟରେ ୱାଙ୍ଖଡେଙ୍କ ଓକିଲ ଓବାଦ ପୋଣ୍ଡା କୋର୍ଟଙ୍କୁ କହିଥିଲେ ଯେ, ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ରାଜସ୍ବ ସେବାର(IRS) ଅଧିକାରୀ ପୂର୍ବରୁ ସିବିଆଇ ଆଗରେ ହାଜର ହୋଇସାରିଛନ୍ତି । ସିବିଆଇ ଏବେ ସୁଦ୍ଧା ସମୀର ୱାଙ୍ଖଡେଙ୍କୁ ୭ ଥର ପଚାରଉଚରା କରିସାରିଛି ଏବଂ ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି ।

ଅନ୍ୟପଟେ ସିବିଆଇ ପକ୍ଷରୁ ଆଇନଜୀବୀ କୁଲଦୀପ ପଟେଲ ଯୁକ୍ତି କରିଥିଲେ ଯେ, ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଏବେ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ରହିଛି । ମାମଲା ରଦ୍ଦ କରିବାକୁ ଆଇଆରଏସ ଅଧିକାରୀଙ୍କ(ସମୀର ୱାଙ୍ଖଡେ) ଆବେଦନ ଗ୍ରହଣଯୋଗ୍ୟ ନୁହେଁ । ହାଇକୋର୍ଟ ଦୁଇ ପକ୍ଷରୁ ଯୁକ୍ତି ଶୁଣିବା ପରେ ଆସନ୍ତା ୨୩ ଯାଏଁ ୱାଙ୍ଖଡେଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି ।

କ'ଣ ଥିଲା ପୁରା ମାମଲା: ୨୦୨୧ ଅକ୍ଟୋବରରେ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି କରୁଥିବା ଅଭିଯୋଗରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି ଟିମ୍ । ପରବର୍ତ୍ତୀ ସମୟରେ ୱାଙ୍ଖଡେଙ୍କ ସମେତ ୫ ଜଣ ଅଭିଯୁକ୍ତ ପୁଅ ଆର୍ଯ୍ୟନଙ୍କ ବିରୋଧରେ ଥିବା ଡ୍ରଗ୍ସ ମାମଲା ରଫାଦଫା କରିବାକୁ ଶାହାରୁଖଙ୍କ ଠାରୁ ୨୫ କୋଟି ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନଦେଲେ ନାର୍କୋଟିକ୍ସ ମାମଲାରେ ଚାର୍ଜଫ୍ରେମ କରାଯିବା ନେଇ ସେ ଧମକ ଦେଇଥିବା ସିବିଆଇ ଅଭିଯୋଗ କରିଥିଲା । ଏହି ଲାଞ୍ଚ ମାମଲା ରବ୍ଦ କରିବାକୁ ଏବଂ ଅନ୍ତରୀଣ ସୁରକ୍ଷା ପାଇଁ ୱାଙ୍ଖଡେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ତାଙ୍କୁ ଜୁନ ୮ ତାରିଖ ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଗତକାଲି ଅଦାଲତ ତାଙ୍କ ସୁରକ୍ଷାକୁ ୨୩ ଯାଏଁ ବୃଦ୍ଧି କରିଛନ୍ତି ଏବଂ ଏହି ଦିନ ସିବିଆଇ ମାମଲା ରବ୍ଦ ସମ୍ପର୍କିତ ଆବେଦନର ଶୁଣାଣି ପାଇଁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.