ETV Bharat / bharat

Sexual assault case: ଗିରଫ ପରେ ଜାମିନ ପାଇଲେ ଲେଖକ ସିଭିକ ଚନ୍ଦ୍ରନ - ଲେଖକ ସିଭିକ ଚନ୍ଦ୍ରନ ଗିରଫ

ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ ପରେ ବେଲ ପାଇଲେ କେରଳର ଜଣାଶୁଣା ଲେଖକ ସିଭିକ ଚନ୍ଦ୍ରନ (Kerala Writer Civic Chandran arrested)। ଅଭିଯୋଗ ଆଣିଥିଲେ ସହଯୋଗୀ ମହିଳା ଲେଖକ । ଆଜି ପୂର୍ବାହ୍ନରେ ଆତ୍ମସମର୍ପଣ ପରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

Sexual assault case:  ଗିରଫ ପରେ ଜାମିନ ପାଇଲେ ଲେଖକ ସିଭିକ ଚନ୍ଦ୍ରନ

author img

By

Published : Oct 25, 2022, 10:33 PM IST

ଥିରୁଅନନ୍ତପୁରମ: ଯୌନ ଉତ୍ପୀଡ଼ନ ମାମଲାରେ ଆତ୍ମସମର୍ପଣ ପରେ ଗିରଫ ହୋଇଥିବା କରେଳର ଜଣାଶୁଣା ଲେଖକ ତଥା ସାମାଜିକ କର୍ମୀ ସିଭିକ୍ ଚନ୍ଦ୍ରନଙ୍କୁ ଜାମିନ ମିଳିଛି । ତାଙ୍କୁ ପୂର୍ବରୁ ମିଳିଥିବା ଆଗୁଆ ଜାମିନକୁ କେରଳ ହାଇକୋର୍ଟ ରଦ୍ଦ କରି ଦେବା ପରେ ସେ ଆଜି (ମଙ୍ଗଳବାର) ସକାଳେ କେରଳର ଭଦକରା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ (Kerala Writer Civic Chandran arrested) । ପରେ ତାଙ୍କୁ ପୋଲିସ ଗିରଫ କରିବା ସହ ସ୍ଥାନୀୟ କୋଜିକୋଡେ ଶେସନ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଚନ୍ଦ୍ରନ ହେଉଛନ୍ତି କେରଳର ଜଣେ ଜଣାଶୁଣା ଲେଖକ ଓ ସାମାଜିକ କର୍ମକର୍ତ୍ତା । ତାଙ୍କର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଜଣେ ଅନୁସୂଚୀତ ଜାତିର ଲେଖିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ମହିଳା ଚନ୍ଦ୍ରନଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ । ସିଭିକ ଚନ୍ଦ୍ରନଙ୍କ ନାମରେ ଯୌନ ଉତ୍ପୀଡନ ସହ ଅନୁସୂଚିତ ଜାତି ନିର୍ଯାତନା ନିଷେଧ ଆଇନ ପରି ସଙ୍ଗୀନ ଆକ୍ଟ ମଧ୍ୟ ଲଗାଇଥିଲା ପୋଲିସ ।

ପୂର୍ବରୁ ଏହି ମାମଲାରେ ସେ କୋଜିକୋଡେ ସେସନ କୋର୍ଟରୁ ଅନ୍ତରୀଣ ଜାମିନ ମଧ୍ୟ ପାଇ ସାରିଥିଲେ । ତେବେ ମାମଲା ପୁଣି ଥରେ ହାଇକୋର୍ଟରେ ପହଞ୍ଚିବା ପରେ ତାଙ୍କ ଆଗୁଆ ଜାମିନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ତେଣୁ ପୁଣି ତାଙ୍କ ଗରଫଦାରୀ ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଗିରଫଦାରୀ ଏଡାଇବା ପାଇଁ ସେ ଆଜି ସକାଳେ ପୋଲିସରେ ଆତ୍ମସମର୍ପଣ କରିଥିଲେ । ସେସନ କୋର୍ଟରେ ହାଜର ହେବା ପରେ ସେ ପୁଣି ଥରେ ବେଲ୍‌ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.