ETV Bharat / bharat

ଉତ୍ତର ପ୍ରଦେଶରେ ଅକ୍ସିଜେନର ଘୋର ଅଭାବ, ସ୍ଥିତି ଦୟନୀୟ - Severe oxygen crunch leaves UP on edge

ଗତବର୍ଷ ଉତ୍ତରପ୍ରଦେଶ ସ୍ଥିତି ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶେଷ ଉତ୍ସାହିତ ଥିଲେ, ହେଲେ ଏବେ ରାଜ୍ୟରେ ଦ୍ବିତୀୟ ଲହରୀ ଚାଲିଥିବା ବେଳେ ସେ ଅସହାୟ ଥିବା ଭଳି ଲକ୍ଷ୍ୟ କରାଯାଉଛି । ଅଧିକ ପଢନ୍ତୁ...

ଉତ୍ତର ପ୍ରଦେଶରେ ଅକ୍ସିଜେନର ଘୋର ଅଭାବ
ଉତ୍ତର ପ୍ରଦେଶରେ ଅକ୍ସିଜେନର ଘୋର ଅଭାବ
author img

By

Published : Apr 20, 2021, 10:35 AM IST

କୋଭିଡ-19ର ପ୍ରଥମ ଲହରୀରୁ ଲୋକେ ମୁକୁଳି ପାରି ନଥିବାବେଳେ ଏହାର ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ କବଜା କରି ରଖିଛି । କହିବାକୁ ଗଲେ ଏହା ଭୟର ମାହୋଲ ସୃଷ୍ଟି କରିଛି । ଡାକ୍ତରମାନେ ସ୍ପଷ୍ଟ କରି କହିସାରିଲେଣି ଯେ, କୋରୋନାର ଦ୍ବିତୀୟ ଲହରୀ ଆହୁରି ଅଧିକ ବିପଜ୍ଜନକ ।

ଏହା ଅନୁଭବ ମଧ୍ୟ କରି ହେଉଛି । ଗତବର୍ଷ ଉତ୍ତରପ୍ରଦେଶ ସ୍ଥିତି ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶେଷ ଉତ୍ସାହିତ ଥିଲେ, ହେଲେ ଏବେ ରାଜ୍ୟରେ ଦ୍ବିତୀୟ ଲହରୀ ଚାଲିଥିବା ବେଳେ ସେ ଅସହାୟ ଥିବା ଭଳି ଲକ୍ଷ୍ୟ କରାଯାଉଛି । ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍, ବେଡ୍, ଭେଣ୍ଟିଲେଟର ଏବଂ ମେଡିସିନର ଘୋର ଅଭାବ ପରିଲକ୍ଷିତ ହେଉଛି । ଫଳରେ ମୃତକଙ୍କ ସଂଖ୍ୟା ବଢିବା ସହିତ ଶ୍ମଶାନ ଏବଂ କବରସ୍ତାନ ଗୁଡିକରେ ସତ୍କାର ପାଇଁ ଶବଗୁଡ଼ିକ ବହୁ ସମୟ ଧରି ପଡ଼ିରହୁଛି।

ଲକ୍ଷ୍ନୌ: ଏବେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅକ୍ସିଜେନ କିପରି ସହଜରେ ଉପଲବ୍ଧ ହୋଇପାରିବ ତାହା ଉତ୍ତରପ୍ରଦେଶ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି, କାରଣ କୋରୋନା ଭୂତାଣୁ ସଂକ୍ରମଣରୁ ବଞ୍ଚିବାକୁ ହେଲେ ଏହାର ଆବଶ୍ୟକତା ଅଧିକ ଜରୁରୀ ହୋଇପଡ଼ିଛି । ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାକୁ ଲୋକଙ୍କୁ ଏଣେ ତେଣେ ଦୌଡ଼ିବାକୁ ପଡୁଛି । କଳା ବଜାରକାରୀ ଏହି ସ୍ଥିତିର ଭରପୁର ଫାଇଦା ଉଠାଉଛନ୍ତି । ଲୋକେ ଧାର୍ଯ୍ୟ ସରକାରୀ ଦରଠାରୁ ଅଧିକ ଦର ଦେଇ ବଜାରରୁ କିଣିବାକୁ ବାଧ୍ୟ ହେଉଛନ୍ତି । ସରକାର ଏପରି ସ୍ଥିତିରେ କିଛି କରିବା ଅବସ୍ଥାରେ ନାହାଁନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 30 ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଛି ।

ଏତେ ସଂଖ୍ୟାରେ କୋରୋନା ମାମଲା ବଢିଛି, ଫଳରେ ରାଜ୍ୟର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି । ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ସମସ୍ତ ହସ୍ପିଟାଲରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ନୂଆ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲଗୁଡ଼ିକରେ ବେଡ୍ ନାହିଁ କିମ୍ବା ଯେଉଁଠି ବି କିଛି ରହିଛି ତାହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ । ବେଡ୍ ଥିବା ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋରୋନା ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହି ସ୍ଥିତି କେବଳ ଯେ, ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ରହିଛି ତା ନୁହେଁ, ସାରା ରାଜ୍ୟରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ରୋଗୀ କୋଭିଡ-19 ବିରୁଦ୍ଧରେ ଲଢେଇରେ ହାରି ଯାଉଛନ୍ତି । ଯଦିଓ ଲୋକଙ୍କ ଅବହେଳା କୋରୋନା ମାମଲା ବୃଦ୍ଧି ପାଇଁ ଦାୟୀ, ତଥାପି ସରକାରୀ ବ୍ୟବସ୍ଥାରେ ତ୍ରୁଟିକୁ ଅଣଦେଖା କରାଯାଇ ପାରିବନାହିଁ । ରାଜ୍ୟରେ ଲୋକେ ଜରୁରୀ ଚିକିତ୍ସା ସେବା ପାଉ ନଥିବା ବେଳେ ଏଣେ ପୂରା ମନ୍ତ୍ରିମଣ୍ଡଳ ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳ ସମେତ ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ।

ଲକ୍ଷ୍ନୌରେ ଅକ୍ସିଜେନ ସଂଙ୍କଟ

ଲକ୍ଷ୍ନୌରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କୋଭିଡ-19 ହସ୍ପିଟାଲଗୁଡ଼ିକରେ ଅଧିକାଂଶ ବେଡ୍ ଭରି ହୋଇ ରହିଛି । ଠିକଣା ସମୟରେ ଚିକିତ୍ସା ଏବଂ ଅକ୍ସିଜେନର ଅଭାବ ଯୋଗୁଁ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଉଛି । ସହରରେ ଥିବା ଅକ୍ସିଜେନ ପ୍ଲାଣ୍ଟର ଦୈନିକ ଫିଲିଙ୍ଗ କ୍ଷମତା ସାଢେ 4 ହଜାର ସିଲିଣ୍ଡର ଥିବାବେଳେ ଚାହିଦା ସାଢେ 5 ହଜାରକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ ଲକ୍ଷ୍ନୌରେ 5,551ଟି କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ 22 ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ବାରାଣାସୀରେ କେବଳ 70 ପ୍ରତିଶତ ରୋଗୀ ଅକ୍ସିଜେନ ପାଉଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ବାରାଣସୀରେ 1597ଟି କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେହି ସମୟରେ 1148ଟି ନୂଆ ମାମଲା ସୋମବାର ସକାଳ 11ଟା ସୁଦ୍ଧା ଚିହ୍ନଟ ହୋଇଥିଲା। ଏଠାରେ ଆକ୍ଟିଭ ମାମଲା ସଂଖ୍ୟା 16143କୁ ବୃଦ୍ଧି ପାଇଥିଲା। ସେହି ସମୟରେ ରବିବାର ସଂନ୍ଧ୍ୟା 7ଟା ସୁଦ୍ଧା 10 ଜଣ ଜୀବନ ହରାଇଥିଲେ। ଇତିମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 2011 ବେଡ୍ ପ୍ରସ୍ତୁତ କରାଯାଇଛି । ଏହାମଧ୍ୟରୁ 1200 ବେଡରେ ଅକ୍ସିଜେନ ସୁବିଧା ରହିଛି । ଅବଶ୍ୟ ଅକ୍ସିଜେନ୍ ସୁବିଧା ଥିବା ଦୃଷ୍ଟିରୁ କେବଳ 70 ପ୍ରତିଶତ ରୋଗୀ ଅକ୍ସିଜେନ ପାଇ ପାରୁଛନ୍ତି । ବର୍ତ୍ତମାନ ଚାନ୍ଦୌଳି ଅକ୍ସିଜେନ ପ୍ଲାଣ୍ଟରୁ ଯୋଗାଣ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ମିର୍ଜାପୁରରେ ଏବଂ ମଧ୍ୟପ୍ରଦେଶର ରେୱାଠାରେ ନୁଆ ପ୍ଲାଣ୍ଟ ଚାଲିଛି, ଯେଉଁଠାରୁ ଦୈନିକ 200ରୁ 300 ସିଲିଣ୍ଡର ଯୋଗାଣ ହେଉଛି । ଆଖପାଖ ଜିଲ୍ଲାଗୁଡ଼ିକରୁ ଦୈନିକ 3250 ସିଲିଣ୍ଡର ଅର୍ଡର ଆସୁଥିବା ସେ କହିଛନ୍ତି ।

ମଥୁରାରେ ରୋଗୀଙ୍କ ପାଇଁ 600 ବେଡ୍ ସଂରକ୍ଷିତ

ମଥୁରାରେ କୋରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 454 ନୂଆ ରୋଗୀ ପଜିଟିଭ ଥିବା ଜଣାପଡିଛି ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 133 ଜଣ ବ୍ୟକ୍ତି କୋରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇ ସାରିଲେଣି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କ ପାଇଁ 600 ବେଡ୍ ସଂରକ୍ଷିତ ରଖାଯାଇଛି । ଜିଲ୍ଲାରେ ଦୈନିକ 18ରୁ 20ଟି ଅକ୍ସିଜେନ ସିଲିଣ୍ଡର ବ୍ୟବହାର ହେଉଛି ।

ସ୍ବାସ୍ଥ୍ୟ ସରଞ୍ଜାମର ଅଭାବ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ରବିବାର କହିଛନ୍ତି ଯେ, ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଲାଇଫ୍ ସେଭିଙ୍ଗ ମେଡିସିନ୍ କିମ୍ବା ମେଡିକାଲ କିଟସର କୌଣସି ଅଭାବ ରହିବ ନାହିଁ । ରିମଡିସଭିର ଔଷଧର ଚାହିଦା ଆକଳନ କରାଯାଇ କମ୍ପାନିମାନଙ୍କୁ ପଠାଇ ଦିଆଯାଇଛି । ଔଷଧ ଯୋଗାଣ ବ୍ୟବସ୍ଥାରେ ଯେପରି ବାଧା ସୃଷ୍ଟି ନହୁଏ ତାହାକୁ ଧ୍ୟାନରେ ରଖିବା ଉଚିତ୍ ।

ଅକ୍ସିଜେନ ସୁବିଧା ଥିବା ହସ୍ପିଟାଲ

କୋରୋନା ମାମଲା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଗାମୀ 15 ଦିନ ପାଇଁ ଅକ୍ସିଜେନ ଦାବି ମୁତାବକ ଗଚ୍ଛିତ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତ୍ୟେକ ହସ୍ପିଟାଲରେ ଅନ୍ୟୁନ 36 ଘଣ୍ଟା ପାଇଁ ଅକ୍ସିଜେନ ବ୍ୟାକ୍ ଅପ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ସିଲିଣ୍ଡର କିଣିବାରେ କୌଣସି ପ୍ରକାର ବିଳମ୍ବ ହେବା ଅନୁଚିତ୍ ବୋଲି ମଧ୍ୟ ସେ କହିଛନ୍ତି ।

24 ଘଣ୍ଟାରେ 30,596 ନୂଆ ରୋଗୀ, 129 ମୃତ୍ୟୁ

ଏଯାଏଁ ରାଜ୍ୟରେ ସର୍ବାଧିକ କୋରୋନା ସଂକ୍ରମିତ ରୋଗୀ ରବିବାର ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 30 ହଜାର 596 ଜଣ ନୂଆର ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ 129 ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମାନ ସମୟରେ 9041 ଜଣ ରୋଗୀ ଚିକିତ୍ସା ପରେ ଘରକୁ ଫେରି ଆସିଛନ୍ତି। ରବିବାର ଦିନ ରାଜ୍ୟରେ ସଂକ୍ରମଣ ହାର ଥିଲା 12.93 ପ୍ରତିଶତ । ଏହା ପୂର୍ବରୁ ଏପ୍ରିଲ 14ରେ ଏହି ହାର ଥିଲା 9.76 ପ୍ରତିଶତ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2 ଲକ୍ଷ 36 ହଜାର 492 ନମୂନା ପରୀକ୍ଷା ହୋଇଥିବା ବେଳେ ଏଯାଏଁ ମୋଟ 3 କୋଟି 82 ଲକ୍ଷ 66 ହଜାର 474 ନମୂନା ପରୀକ୍ଷା କରାଯାଇଛି।

ଦେଶରେ 24 ଘଣ୍ଟା ମଧ୍ୟରେ 2.73 ଲକ୍ଷ ଲୋକ ସଂକ୍ରମିତ

ଜାତୀୟ ସ୍ତରରେ ଯଦି ଆମେ ସଂକ୍ରମିତଙ୍କ ସଂଖ୍ୟା ଆଲୋଚନା କରିବା, ତେବେ ଗତ 24 ଘଣ୍ଟା ମଧ୍ୟରେ କୋରୋନାରେ 2 ଲକ୍ଷ 73 ହଜାର 810 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ମାମଲା ସଂଖ୍ୟା 1,50,61,919କୁ ବୃଦ୍ଧି ପାଇଥିଲା । ସମାନ ସମୟରେ ସଂକ୍ରମଣରେ ଗତ 24 ଘଣ୍ଟା ମଧ୍ୟରେ 1619 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 1,78,769କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ ମାମଲା ସଂଖ୍ୟା 19,29,329 ଥିବା ବେଳେ ହସ୍ପିଟାଲରୁ ଆରୋଗ୍ୟ ହୋଇ ଫେରିଥିବା ସଂଖ୍ୟା ହେଉଛି 1,29,53,821 ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.