ETV Bharat / bharat

Boat capsizes in Malappuram: ୨୨ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ମଲପ୍ପୁରମରେ ଡଙ୍ଗା ବୁଡି ୨୨ ମୃତ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

author img

By

Published : May 8, 2023, 7:14 AM IST

Updated : May 8, 2023, 1:17 PM IST

tourist boat capsizes in Kerala
tourist boat capsizes in Kerala
Boat capsizes in Malappuram

ଥିରୁଅନନ୍ତପୁରମ: କେରଳରେ ବଡ ଧରଣର ନୌକା ଦୁର୍ଘଟଣା । ଯାତ୍ରୀବାହୀ ଡଙ୍ଗା ବୁଡି ଯିବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି(ରବିବାର) ସନ୍ଧ୍ୟା ସମୟରେ କେରଳର ମଲପ୍ପୁରମରେ ଏହି ନୌକା ଦୁର୍ଘଟଣା ହୋଇଛି । ଡଙ୍ଗାରେ ୩୫ଜଣ ଯାତ୍ରୀ ବସିଥିବା ବେଳେ ବୁଡି ଯାଇଥିଲା ଡଙ୍ଗା । ମୃତକଙ୍କ ମଧ୍ୟରେ ୧୫ ଶିଶୁ ରହିଥିବା ଜଣାପଡିଛି । ତେବେ ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

  • Atleast 21 people dead after a tourist boat capsized in Kerala's Malappuram district. NDRF on the spot; search still underway for other victims.

    (Visuals from overnight rescue operation) pic.twitter.com/v1BQs8Ztx6

    — ANI (@ANI) May 8, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, କେରଳ ମଲପ୍ପୁରମର ଥୁଓ୍ବାଲଥେରମରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅଘଟଣ ଘଟିଥିଲା । କିନ୍ତୁ ସଙ୍ଗେସଙ୍ଗେ ଦୁର୍ଘଟଣା ଖବର ଜଣାପଡିନଥିଲା । ପରବର୍ତ୍ତୀ ସମୟରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ରହିଥିବା ଜଣାପଡିଛି ।

ଏନେଇ ମନ୍ତ୍ରୀ ଅବଦୁରହିମନ କହିଛନ୍ତି,"ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଅନେକ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ, ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତ୍ର ସମୟ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।"

ମିଳିଥିବା ଖବର ଅନୁସାରେ, ବୋଟରେ ଓଭର ଲୋଡିଂ ପାଇଁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ଅନୁମାନ କରାଯାଇଛି । ତେବେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ପାରାପାନାଙ୍ଗଗଡି, ଥାନୁର, ତିରୁର ଏବଂ ତିରୁରଙ୍ଗଗଡିର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉକ୍ତ ଘଟଣାସ୍ଥଳରେ ଗହଳି ନକରିବା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।

10 ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଆଜି ସକାଳୁ ତାଲୁକ ହସ୍ପିଟାଲ ଯାଇଥିଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ତେବେ ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କ ସହ କଥା ହୋଇଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ନୌକା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଏବଂ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଖର୍ଚ୍ଚ ଯୋଗାଇଦେବା ନେଇ ଘୋଷଣା କରାଯାଇଛି ।

  • The tragic loss of lives in the boat mishap at Malappuram, Kerala is extremely shocking and saddening. My heartfelt condolences to the families who lost their loved ones. I pray for well-being of the survivors.

    — President of India (@rashtrapatibhvn) May 7, 2023 " class="align-text-top noRightClick twitterSection" data=" ">

ନୌକା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ: କେରଳ ଡଙ୍ଗା ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ ଟ୍ବିଟ କରି କହିଛନ୍ତି, "କେରଳ ମଲପ୍ପୁରମରେ ଡଙ୍ଗା ଓଲଟିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ହଠାତ୍‌ ଏହି ଅଘଟଣ ଶୁଣି ମୁଁ ଚକିତ ହୋଇଗଲି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମୁଁ ସମବେଦନା ଜଣାଉଛି । ଏହାସହ ଆହତମାନେ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ମୁଁ କାମନା କରୁଛି ।"

  • Pained by the loss of lives due to the boat mishap in Malappuram, Kerala. Condolences to the bereaved families. An ex-gratia of Rs. 2 lakh from PMNRF would be provided to the next of kin of each deceased: PM @narendramodi

    — PMO India (@PMOIndia) May 7, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି," କେରଳ ମଲପ୍ପୁରମରେ ନୌକା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଦୁଃଖିତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଟଙ୍କା ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2023, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.