ETV Bharat / bharat

କାଶ୍ମୀରରେ ସୁରକ୍ଷାବଳକୁ ସଫଳତା, ୪ ଆତଙ୍କୀ ସହଯୋଗୀ ଗିରଫ - ଆତଙ୍କୀ ସହଯୋଗୀ ଗିରଫ

କାଶ୍ମୀରରେ ସୁରକ୍ଷାବଳ ବଡ ସଫଳତା । ୪ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ସୁରକ୍ଷା ବଳ । ପାକିସ୍ତାନ ବେସ ଆତଙ୍କୀ ସଙ୍ଗଠନକୁ ଯୋଗାଉଥିଲେ ସମସ୍ତ ପ୍ରକାର ସହଯୋଗ । ଅଧିକ ପଢନ୍ତୁ

କାଶ୍ମୀରରେ ସୁରକ୍ଷାବଳକୁ ସଫଳତା, ୪ ଆତଙ୍କୀ ସହଯୋଗୀ ଗିରଫ

author img

By

Published : Feb 16, 2022, 8:50 PM IST

ଶ୍ରୀନଗର: କାଶ୍ମୀରରେ ୪ ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିବାର ସଫଳ ହୋଇଛି ସୁରକ୍ଷା ବଳ । ଗିରଫ ସମସ୍ତ ଆତଙ୍କୀ ସହଯୋଗୀ ଦୀର୍ଘଦିନ ଧରି ଘାଟିରେ ହିଂସାକାଣ୍ଡ ଘଟାଇବା ପାଇଁ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କବାଦୀ ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଆସୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ପୋଲିସ ଦେଇଥିବା ସୂଚନା ଅନୁସାରେ, ଗିରଫ ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ବସରତ ଅହମ୍ମଦ ପାମୋରୀ, ଆଦିଲ ସାହିବ ଭଟ୍ଟ, ମୁଜାଲିମ ଫୟାଜ, ଅଦିଲ ମସହକତ ମିର । ସେମାନେ ସମସ୍ତେ ଦୀର୍ଘଦନ ଧରି ଏପରି ଆତଙ୍କୀ ଗୋଷ୍ଠୀଙ୍କୁ ସହଯୋଗ ଜାରି ରଖିଥିବା ପୋଲିସ ନିକଟରେ ସୂଚନା ଥିଲା । ତେବେ ପୂର୍ବ ସୂଚନା ମୁତାବକ ସେମାନଙ୍କୁ ପୋଲିସ ଆଜି ଗିରଫ କରିବାରେ ସଫଳ ହୋଇଛି ।

ସମସ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । ସେମାନଙ୍କ ପାଖରୁ ମିଳିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ଘାଟିରେ ଆତଙ୍କୀ ନିରୋଧୀ ଅଭିଯାନକୁ ସଫଳତା ଦେବ ବୋଲି ଆଶା କରାଯାଉଛି । ଘାଟିରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଆତଙ୍କୀ ନିରୋଧୀ ଅଭିଯାନକୁ ବ୍ୟାପକ କରିବାରେ ଲାଗିଛନ୍ତି । ଯାହା କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛି । ଘାଟିରେ ଚଳିତବର୍ଷ ସକ୍ରିୟ ଆତଙ୍କୀଙ୍କ ସଂଖ୍ୟା ମାତ୍ର ୧୦୦ ରୁ କମରେ ରଖିବାର ମିଶନ ମଧ୍ୟ ଧାର୍ଯ୍ୟ କରାଯାଇଥିବା ପୂର୍ବରୁ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.