ETV Bharat / bharat

ପୁଞ୍ଚରେ ଘାଟିକୁ ଖସିଲା ବସ, 11 ମୃତ - several killed in poonch accident

ଜମ୍ମୁ କଶ୍ମୀର ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଘାଟିକୁ ଖସିଲା ବସ । ଚାଲିଗଲା 11 ଜୀବନ । ଅଧିକ ପଢନ୍ତୁ

ଘାଟିକୁ ଖସିଲା ବସ୍, 9 ମୃତ
ଘାଟିକୁ ଖସିଲା ବସ୍, 9 ମୃତ
author img

By

Published : Sep 14, 2022, 10:48 AM IST

Updated : Sep 14, 2022, 2:25 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିଯିବାରୁ ଦୁର୍ଘଟଣା ଘଟିଛି । ଅଘଟଣରେ 11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଜି (ବୁଧବାର) ସକାଳୁ 24 ରୁ 30ଜଣ ଯାତ୍ରୀ ନେଇ ମିନି ବସଟି ମଣ୍ଡିରୁ ସାଉଜିୟାନ ଅଭିମୁଖେ ଯିବାବେଳେ ଏହି ଅଘଟଣ ଘଟିଛି । ବେରରି ନାଲ୍ଲାହ ରାସ୍ତାରେ ଦୁର୍ଘଟଣା ଘଟିଛି ।

ପୁଞ୍ଚରେ ଘାଟିକୁ ଖସିଲା ବସ
ପୁଞ୍ଚରେ ଘାଟିକୁ ଖସିଲା ବସ

ଦୁର୍ଘଟଣାର ଖବର ପାଇଁ ଉଦ୍ଧାରକାରୀ ଦଳ, ପୋଲିସ, ସେନା ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମଣ୍ଡି ଡାକ୍ତରଖାାନରେ ଭର୍ତ୍ତି କରାଯାଇଛି । 11 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନେକ ଆହତ ହୋଇଥିବା ମଣ୍ଡି ତହସିଲଦାର ଶହଜାଦ ଲତିଫ ସୂଚନା ଦେଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ପୁଞ୍ଚ ସଡକ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁର୍ଘଟଣାରେ ଜୀବନ ହରାଇଥିବା ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • The loss of lives in a tragic road accident in Sawjian, Poonch is deeply distressing. My thoughts and prayers are with the bereaved families. I wish speedy recovery of the injured.

    — President of India (@rashtrapatibhvn) September 14, 2022 " class="align-text-top noRightClick twitterSection" data=" ">

ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟପାଳ । ଏହା ସହିତ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟପାଳ ମନୋଜ ସିହ୍ନା ।ଆହତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି ମନୋଜ ସିହ୍ନା । ସେମାନଙ୍କ ପରିବାର ଓ ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗୁରୁତର ଆହତ ହୋଇଥିବା 6 ଜଣଙ୍କୁ ଚିକିତ୍ସା ପାଇଁ ଜମ୍ମୁ କଶ୍ମୀର ଏୟାରଲିଫ୍ଟ କରାଯାଇଛି । ଗୁରୁତର ଆହତଙ୍କୁ 1 ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ।

  • Saddened by loss of lives due to a road accident in Sawjian, Poonch. Condolences to bereaved families. May the injured recover soon. Rs. 5 lakh would be given to the next of kin of deceased. Directed Police and Civil authorities to provide best possible treatment to the injured.

    — Office of LG J&K (@OfficeOfLGJandK) September 14, 2022 " class="align-text-top noRightClick twitterSection" data=" ">
  • Visited District Hospital, Poonch to enquire about the health of civilians injured in tragic road accident today. Met the relatives & doctors. 6 seriously injured have been airlifted to Jammu for treatment. Rs 1 Lakh would be given to those seriously injured: Office of LG J&K pic.twitter.com/48dPdqBksz

    — ANI (@ANI) September 14, 2022 " class="align-text-top noRightClick twitterSection" data=" ">

ଏହି ବି ପଢନ୍ତୁ...ନିର୍ବାଚନରେ ଟିକେଟ୍ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, MNS ନେତା ଗିରଫ

  • Shocked to hear about the unfortunate accident at Sawajian Mandi in Poonch. Deepest condolences to the grieving families & prayers for the injured.

    — Mehbooba Mufti (@MehboobaMufti) September 14, 2022 " class="align-text-top noRightClick twitterSection" data=" ">

ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି । ଟ୍ବିଟ କରି ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମେହବୁବା ମୁଫତି । ଏହା ସହ ଏନସି (National Confernce ) ଉପସଭାପତି ଉମର ଅବଦୁଲ୍ଲା ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Last Updated : Sep 14, 2022, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.