ETV Bharat / bharat

ମଧ୍ୟ ପ୍ରଦେଶରେ ବିସ୍ଫୋରଣରେ 4 ମୃତ, ଘରେ ବାଣ ରଖାଯାଇଥିବା ସନ୍ଦେହ

author img

By

Published : Oct 20, 2022, 4:19 PM IST

ଦିପାବଳୀ ପୂର୍ବରୁ ଅଘଟଣ । ମଧ୍ୟ ପ୍ରଦେଶର ମୋରେନା ଜିଲ୍ଲାରେ ଏକ ଘରେ ବିସ୍ଫୋରଣରେ 4 ମୃତ (several people killed in blast in Madhya Pradesh) । 7 ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ କରାଗଲା ଭର୍ତ୍ତି । ଘଟଣାସ୍ଥଳରେ ପହଞ୍ଚିଲା ବିଶେଷଜ୍ଞ ଟିମ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ବିସ୍ଫୋରଣରେ 4 ମୃତ, ଘରେ ବାଣ ରଖାଯାଇଥିବା ସନ୍ଦେହ
ମଧ୍ୟ ପ୍ରଦେଶରେ ବିସ୍ଫୋରଣରେ 4 ମୃତ, ଘରେ ବାଣ ରଖାଯାଇଥିବା ସନ୍ଦେହ

ଭୋପାଲ: ଦିପାବଳୀ ପୂର୍ବରୁ ଅଘଟଣ । ମଧ୍ୟ ପ୍ରଦେଶର ଭୋପାଲରେ ଏକ ବିଲ୍ଡିଂରେ ବିସ୍ଫୋରଣ ଘଟି 4 ଜଣ ପ୍ରାଣ ହରାଇଛନ୍ତି (several people killed in blast in Madhya Pradesh)। ଉକ୍ତ ଘରେ ପ୍ରଚୁର ପରିମାଣର ବାଣ ଗଚ୍ଛିତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ କୌଣସି କାରଣରୁ ସେଥିରେ ଅଗ୍ନି ସଂଯୋଗ ହେବା ଯୋଗୁଁ ବିସ୍ଫୋରଣ ଘଟିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11ରେ ଏହି ବିସ୍ଫୋରଣ ଘଟିଛି । ତେବେ ପ୍ରାଥମିକ ଭାବେ ଏହା ବାଣ ବିସ୍ଫୋରଣ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ କିନ୍ତୁ କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ । ଏହା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଦ୍ବାରା ମଧ୍ୟ ହୋଇଥିବାର ସନ୍ଦେହ ପ୍ରକାଶ ପାଇଛି । ଆହତଙ୍କ ଠାରୁ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପୋଲିସ ପ୍ରୟାସ କରୁଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶେଷଜ୍ଞ ଟିମ ପଠାଯାଇଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.