ETV Bharat / bharat

ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ, ୫୦ରୁ ଅଧିକ ଆହତ - ଗୋଣ୍ଡିଆ ଟ୍ରେନ ଦୁର୍ଘଟଣା

ମହାରାଷ୍ଟ୍ରର ଗୋଣ୍ଡିଆ ସହର ନିକଟରେ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ପାସେଞ୍ଜର ଟ୍ରେନ ଧକ୍କା ଦେବାରୁ ୫୦ରୁ ଅଧିକ ଯାତ୍ରୀ ଆହତ । ଅଧିକ ପଢନ୍ତୁ

ମାଲଗାଡି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ, ୫୦ରୁ ଅଧିକ ଆହତ

author img

By

Published : Aug 17, 2022, 11:11 AM IST

ମୁମ୍ବାଇ: ମହାରାଷ୍ଟ୍ରର ଗୋଣ୍ଡିଆ ସହର ନିକଟରେ ଟ୍ରେନ ଦୁର୍ଘଟଣା (Gondia train accident) । ଗୋଣ୍ଡିଆ ଠାରେ ଏକ ପାସେଞ୍ଜର ଟ୍ରେନ ମାଲିବାହୀ ଟ୍ରେନ ସହ ଧକ୍କା ହୋଇଛି । ଫଳରେ ଏଥରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯାହା ସୂଚନା ମିଳିଛି, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢେ ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଭଗତ କି କୋଠି ଟ୍ରେନ ଗୋଣ୍ଡିଆ ନିକଟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି । ଯାହାଫଳରେ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଯାଇଛି ।

ମାଲଗାଡି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ, ୫୦ରୁ ଅଧିକ ଆହତ
ମାଲଗାଡି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ, ୫୦ରୁ ଅଧିକ ଆହତ

ସୂଚନା ମୁତାବକ, ଭଗତ କି କୋଠି ଟ୍ରେନ ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିଲା । ଗୋଣ୍ଡିଆ ନିକଟରେ ପହଞ୍ଚିବା ସମୟରେ ଟ୍ରେନ ମାଲଗାଡି ସହ ଧକ୍କା ହୋଇଥିଲା । ଏଥିରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଏବଂ ଅନ୍ୟ କେତେକଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.