ETV Bharat / bharat

ଉତ୍ତରାଖଣ୍ଡ ରୁଦ୍ରପୁରରେ ଅଘଟଣ, ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ଅନେକ ବେହୋସ୍

author img

By

Published : Aug 30, 2022, 11:28 AM IST

Updated : Aug 30, 2022, 2:21 PM IST

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୩୨ ଜଣ ବେହୋସ୍ । ଉତ୍ତରାଖଣ୍ଡ ରୁଦ୍ରପୁରରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୩୨ ବେହୋସ୍
ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୩୨ ବେହୋସ୍

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପୁରରେ ବଡ ଅଘଟଣ । ଏଠାରେ ଏକ କବାଡିଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ୩୨ ଜଣ ବେହୋସ୍ ହୋଇଯାଇଛନ୍ତି (୩୨ people fainted due to poisonous gas leak) । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଏସଡିଏମ୍ ମଧ୍ୟ ଅଛନ୍ତି । ମଙ୍ଗଳବାର ରୁଦ୍ରପୁର ଅନ୍ତର୍ଗତ ଆଜାଦ ନଗର ଅଞ୍ଚଳରେ ଏହି ଘଟଣା ପ୍ରକାଶ ପାଇଛି । ଏନେଇ ସୂଚନା ପାଇବା ମାତ୍ରେ ଏସଡିଆରଏଫ୍ ଏବଂ ଜିଲ୍ଲା ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ୍ ସେନ

ସୂଚନା ମୁତାବକ, ରୁଦ୍ରପୁର ଅଞ୍ଚଳର ଏକ କବାଡିଖାନାରେ ଥିବା ସିଲିଣ୍ଡରରୁ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ୍ ସଂସ୍ପର୍ଶରେ ଯେଉଁମାନେ ବି ଆସିଥିଲେ ସେମାନେ ତୁରନ୍ତ ଚେତାଶୂନ୍ୟ ହୋଇଯାଇଥିଲେ । ଏପରିକି ଏସଡିଏମ୍ କିଚ୍ଚା କୌସ୍ତୁଭ ମିଶ୍ରା(SDM Kichha Kaustubh Mishra)ଙ୍କ ସମେତ ଏସଡିଆରଏଫର ଜଣେ ଯବାନ ମଧ୍ୟ ଚେତା ହରାଇ ପଡିଥିଲେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏସଡିଆରଏଫ ଟିମ୍ କବାଡିଖାନାରେ ପହଞ୍ଚି ଗ୍ୟାସ୍ ସିଲିଣ୍ଡରକୁ ନିଷ୍କ୍ରିୟ କରିଛନ୍ତି ।

Last Updated : Aug 30, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.