ଭୋପାଳ: ମଧ୍ୟପ୍ରଦେଶ ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ କାରକୁ ଟ୍ରକ ଧକ୍କା ଦେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଜଣଙ୍କୁ ଚିହ୍ନଟ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କିରଛି ।
-
Madhya Pradesh | Six people were dead in an accident between a car and a truck under Sanodha police station area in Sagar district. One person is being treated in the hospital. The truck driver has been identified, efforts are being made to arrest him: Abhishek Tiwari, Sagar SP… pic.twitter.com/no6D4fPOhA
— ANI MP/CG/Rajasthan (@ANI_MP_CG_RJ) July 16, 2023 " class="align-text-top noRightClick twitterSection" data="
">Madhya Pradesh | Six people were dead in an accident between a car and a truck under Sanodha police station area in Sagar district. One person is being treated in the hospital. The truck driver has been identified, efforts are being made to arrest him: Abhishek Tiwari, Sagar SP… pic.twitter.com/no6D4fPOhA
— ANI MP/CG/Rajasthan (@ANI_MP_CG_RJ) July 16, 2023Madhya Pradesh | Six people were dead in an accident between a car and a truck under Sanodha police station area in Sagar district. One person is being treated in the hospital. The truck driver has been identified, efforts are being made to arrest him: Abhishek Tiwari, Sagar SP… pic.twitter.com/no6D4fPOhA
— ANI MP/CG/Rajasthan (@ANI_MP_CG_RJ) July 16, 2023
ଦୁର୍ଘଟଣା ଏତେ ଭୟଙ୍କର ଯେ କାରଟି ଭାଙ୍ଗି ଚୁରମାର ହୋଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ମଧ୍ୟ ସଠିକ ଖବର ମିଳି ପାରିନାହିଁ । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି କାରଟିକୁ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । କାରରେ 7 ଜଣ ଲୋକ ଥିଲେ । ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଆଉ 2 ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଟ୍ରକ ଡ୍ରାଇଭରକୁ ଚିହ୍ନଟ କରାଯାଇଛି । ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାଗର ଏସପି ଅଭିଷେତ ତିୱାରୀ କହିଛନ୍ତି ।
ପୋଲିସର ସୂଚନା ଅନୁସାରେ, '' କାରଟି ସାଗରରୁ ଗଦ୍ଧାକୋଟା ଅଭିମୁଖେ ଯାଉଥିଲା । ସେହି ସମୟରେ ଗଦ୍ଧାକୋଟାକୁ ସାଗର ଅଭିମୁଖେ ଆସୁଥିବା ଟ୍ରକ କାରଟିକୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକଟି ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ଖବର ପାଇ ସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।''
ଏହା ବି ପଢନ୍ତୁ...ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଲିଭିଲା 6 ଜୀବନ ଦୀପ
ଏହା ବି ପଢନ୍ତୁ...Major Accident: ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୨୭ ଜୀବନ
ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ଜୁଲାଇ 11 ତାରିଖରେ ଦୁଇଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟି 7 ଜଣଙ୍କର ମୃତ୍ୟୁ ହୋଇଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସି ପଡିବାରୁ ୭ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା । ସେହିପରି ସମାନ ଦିନରେ ଦିଲ୍ଲୀ ମିରଟ ଏକ୍ସପ୍ରେସୱେରେ ଭୟଙ୍କର ସଡକ ଦୁର୍ଘଟଣା ଘଟି 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକ ସ୍କୁଲ ବସ ସହ କାର ଧକ୍କା ହେବା ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା ।