ETV Bharat / bharat

ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ, 5 ଜୀବନ୍ତ ଦଗ୍ଧ - ତିନିଟି ଟ୍ରକ ମୁହାଁମୁହଁ ଧକ୍କା

ତିନିଟି ଟ୍ରକ ମୁହାଁମୁହଁ ଧକ୍କା ହେବାରୁ ଟ୍ରକରେ ଲାଗିଲା ନିଆଁ । 5ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

collision of three trucks in Rajasthan
collision of three trucks in Rajasthan
author img

By

Published : Jun 29, 2023, 7:30 AM IST

ଜୟପୁର: ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତିନିଟି ଟ୍ରକ ମୁହାଁମୁହଁ ଧକ୍କା ହେବାରୁ ଅଗ୍ନିକାଣ୍ଡ ଘଟି 5ଜଣ ଜୀବନ୍ତ ଦଗ୍ଧ । ଜୟପୁର ଆଜମେର ଜାତୀୟ ରାଜପଥପର ଡୁଡୁ ଗ୍ରାମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଏକାଧିକ ଗୋରୁ ଅଗ୍ନିକାଣ୍ଡରେ ଜଳିଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ ରାଜସ୍ଥାନର ଡୁଡୁ ଅଞ୍ଚଳରେ ତିନିଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତିନିଟି ଟ୍ରକରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରକ ଭିତରେ ଥିବା 5ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକରେ ବୋଝେଇ ହୋଇଥିବା ଏକାଧିକ ଗୋରୁ ମଧ୍ୟ ନିଆଁରେ ଜଳିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ କେତେ ଜଣ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

  • #WATCH | Rajasthan: 5 people and several cattle died after a fire broke out due to the collision of three trucks near Dudu on the Jaipur-Ajmer national highway (28/06) pic.twitter.com/7Ki5cffdJW

    — ANI MP/CG/Rajasthan (@ANI_MP_CG_RJ) June 28, 2023 " class="align-text-top noRightClick twitterSection" data=" ">

5 ମୃତକଙ୍କ ମଧ୍ୟରୁ ତିନିଜଣ ହରିୟାଣାର ବାସିନ୍ଦା । ସେମାନେ ହେଉଛନ୍ତି ପଓ୍ବାନ, ସଞ୍ଚୁ ଓ ଧର୍ମବୀର ଏବଂ ଅନ୍ୟ 2 ଜଣ ବିହାର ରାଜ୍ୟର ଜାନ ବିଜୟ ଓ ବିଜଲି । ଦୁଇଟି ଟ୍ରକ ରାସ୍ତା କଡରେ ପାର୍କିଂ ହୋଇ ଛିଡା ହୋଇଥିଲେ । ଏହି ସମୟରେ ଅନ୍ୟ ଏକ ଗୋରୁ ବୋଝେଇ ଟ୍ରକ ହରିୟାଣାରୁ ପୁଣେକୁ ଯାଉଥିବା ବେଳେ ରାସ୍ତାରେ ଛିଡା ହୋଇଥିବା ଦୁଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଟି ଟ୍ରକରେ ନିଆଁ ଲାଗିଯିବାରୁ 5ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାହୁଡାଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥ, ଜଳିଗଲେ 6 ଭକ୍ତ

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ରାଜପଥରେ ଯାତାୟତ ପ୍ରଭାବିତ ହୋଇନାହିଁ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଦୁଇଟି ଟ୍ରକ ମଧ୍ୟରୁ ଗୋଟିଏରେ ସୂତା ବୋଝେଇ ହୋଇଥିବା ବେଳେ ଅନ୍ୟ ଟ୍ରକରେ ପ୍ଲାଷ୍ଟିକ ବ୍ୟାଗ ବୋଝେଇ ହୋଇଥିଲା । ଗୋରୁ ବୋଝେଇ ଟ୍ରକ ଧକ୍କା ଦେବାରୁ ଡିଜେଲ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରକରେ ସୂତା ଓ ପ୍ଲାଷ୍ଟିକ ବ୍ୟାଗ ଥିବାରୁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Road Mishap: ନଦୀକୁ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୨ ଜୀବନ

ବୁଧବାର ତ୍ରିପୁରାରେ ବାହୁଡା ଯାତ୍ରୀ ଚାଲିଥିବା ବେଳେ ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା କାରଣରୁ 6ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । 15 ଜଣ ଭକ୍ତ ଗୁରୁତର ହୋଇଥିବାରୁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରଥ ଟଣା ବେଳେ ରଥର ଅଗ୍ର ଭାଗ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.