ETV Bharat / bharat

ତାମିଲନାଡୁରେ ସଡକ ଦୁର୍ଘଟଣା, ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ 7 ମୃତ - ତାମିଲନାଡୁରେ ସଡକ ଦୁର୍ଘଟଣା

ତାମିଲନାଡୁରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

accident in Tamil Nadu
accident in Tamil Nadu
author img

By ETV Bharat Odisha Team

Published : Oct 15, 2023, 12:26 PM IST

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ତିରୁବନନାମାଲାଇ ଜିଲ୍ଲାର ଚେଙ୍ଗମରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେତେ ଜଣ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ। ଚେଙ୍ଗମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଆଜି ସକାଳ ସମୟରେ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକ ଓ କାର ପରସ୍ପିରକୁ ଚେଙ୍ଗମ ରାସ୍ତାରେ ଧକ୍କା ଦେବାରୁ ଘଟଣା ସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟିରେ କେତେ ଜଣ ଯାତ୍ରୀ ଥିଲେ ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ସଇଲାନି ବାବାଙ୍କ ଦର୍ଶନ ପାଇଁ ଯିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଲିଭିଲା 12 ଜୀବନ ଦୀପ

ଗତ ସେପ୍ଟେମ୍ବର ମାସ 30 ତାରିଖରେ ତାମିଲନାଡୁରେ ବି ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ହୋଇଥିଲା । ଖାଇକୁ ଏକ ଟୁରିଷ୍ଟ ବସ୍‌ ଖସିପଡ଼ିବାରୁ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 30ରୁ ଅଧିକ ଆହତ ହୋଇଥିଲେ । ତାମିଲନାଡୁର ମାରାପଲମ ନିକଟରେ ଏହି ଦୁର୍ଘଟଣା ଘଟିଥିଲେ । ବସ୍‌ଟି ଟୁରିଷ୍ଟଙ୍କୁ ନେଇ ଯାଉଥିଲା । ଭାରସାମ୍ୟ ହରାଇ ଏହା ଏକ ଖାଇକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏହାପରେ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ସ୍ଥାନୀୟ କନ୍ନୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ 8 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କନ୍ନୁର ହସ୍ପିଟାଲ ଯୁଗ୍ମ ନିର୍ଦ୍ଦେଶକ ପଲାନିସାମୀ ସ୍ପଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭ୍ୟାନକୁ ଧକ୍କା ଦେଲା ଟ୍ରକ; 5 ମୃତ, 15 ଗୁରୁତର

ଆଜି ସକାଳ ସମୟରେ ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ସଇଲାନି ବାବାଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ସମ୍ଭାଜୀନଗର ସମୃଦ୍ଧି ଏକ୍ସପ୍ରେସଓ୍ବେରେ ଏକ ଟ୍ରାଭେଲର୍, ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଏକ 4 ବର୍ଷର ଶିଶୁ ରହିଛି । 20 ଜଣ ଆହତ ହୋଇଥିଲେ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ 5 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.