ETV Bharat / bharat

ମହାରାଷ୍ଟ୍ର ଚନ୍ଦ୍ରପୁରରେ ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା, 9 ଜୀବନ୍ତ ଦଗ୍ଧ

author img

By

Published : May 20, 2022, 12:58 PM IST

Updated : May 25, 2022, 7:35 AM IST

ମହାରାଷ୍ଟ୍ର ଚନ୍ଦ୍ରପୁରରେ ବଡ ଅଘଟଣ । ଡିଜେଲ ଭର୍ତ୍ତି ଟ୍ୟାଙ୍କର ଓ ଟ୍ରକ ଧକ୍କା ହେବା ଫଳରେ 9 ଜଣ ଲୋକ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ପିଟିହେଲା ଟ୍ୟାଙ୍କର-ଟ୍ରକ
ପିଟିହେଲା ଟ୍ୟାଙ୍କର-ଟ୍ରକ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ଅଘଟଣ । ଡିଜେଲ ଭର୍ତ୍ତି ଟ୍ୟାଙ୍କର ଓ ଟ୍ରକ ଧକ୍କା ହେବା ଫଳରେ 9 ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁବାର ରାତି ପାଖାପାଖି 10ଟା 30ରେ ଏହି ଅଘଟଣ ଘଟିଛି ।

ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା
ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା

ଗୋଟିଏ କାଠ ବୋଝେଇ ଟ୍ରକ (ଏମଏଚ 31 ସିକ୍ୟୁ 2770) ଓ ଡିଜେଲ ବୋଝେଇ ଟ୍ୟାଙ୍କର (ଏମଏଚ 40 ବିଜି 4060) ମୁହାଁମୁହିଁ ଧକ୍କା ହୋଇଥିଲା । ଚନ୍ଦ୍ରପୁର ନିକଟରେ ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ଟ୍ୟାଙ୍କର ଟ୍ରକ । ନିଆଁ ଭିତରୁ ବର୍ତ୍ତିବା ପାଇଁ ଯେତେ ଚେଷ୍ଟା କରିଥିଲେ ବି ଆହତ ମାନେ ବାହାରି ପାରି ନଥିଲେ ।

ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା

ଟ୍ରକରେ ଡାଇଭର ଓ ଶ୍ରମିକଙ୍କୁ ମିଶାଇ 6 ଜଣ ଥିଲେ । ସେମାନେ ୱାଡସାରୁ ଚନ୍ଦ୍ରପୁର ଅଭିମୁଖେ ଆସୁଥିଲେ । ଟ୍ରକରେ ଥିବା ସମସ୍ତ ହେଲେ ଡ୍ରାଇଭର ଅଜୟ ସୁଧାକର ଡୋଙ୍ଗ୍ରେ (30) ପ୍ରଶାନ୍ତ ମନୋହର ନାଗାରଲେ(33), ମଙ୍ଗେଶ ପ୍ରହଲ୍ଲାଦ ଟିପଲ(30) ମହିପାଲ (25) ବାଲକ୍ରିଷ୍ଣା ତୁକାରାମ ତେଲେଙ୍ଗ (46) ସାଇନାଥ ବାପୁଜୀ କୋଡପେ(40) । ଡିଜେଲ ଟ୍ୟାଙ୍କରର ଡ୍ରାଇଭର ଅମରାବତୀର 35 ବର୍ଷୀୟ ହନିଫ ଖାନ, କଣ୍ଡକ୍ଟର ଅଜୟ ପାଟିଲ ୱାର୍ଦ୍ଧା (35) ଉଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.