ETV Bharat / bharat

୧୨୫ ଏୟାର ଇଣ୍ଡିଆ ଯାତ୍ରୀ ସଂକ୍ରମିତ, ଇଟାଲୀରୁ ଫେରିଥିଲେ ଅମୃତସର - ଅମୃତସର ବିମାନ ବନ୍ଦରରେ ସଂକ୍ରମିତ ଯାତ୍ରା ଚିହ୍ନଟ

ଅମୃତସର ବିମାନ ବନ୍ଦରରେ ଏକ ବିମାନରୁ ଅବତରଣ କରିଥିବା ୧୭୯ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଯାତ୍ରୀ କୋଭିଡରେ ଆକ୍ରାନ୍ତ । ବିମାନ ବନ୍ଦରରେ ଟେଷ୍ଟିଂରୁ ହେଲା ସ୍ପଷ୍ଟ । ଅଧିକ ପଢନ୍ତୁ

ଇଟାଲୀରୁ ଅମୃତସର ଆସିଥିଲେ ୧୭୯ ଯାତ୍ରୀ, ୧୨୫ ସଂକ୍ରମିତ ଚିହ୍ନଟ

author img

By

Published : Jan 6, 2022, 5:51 PM IST

ନୂଆଦିଲ୍ଲୀ: ଇଟାଲୀରୁ ଆସି ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିବା ଏକ ଏୟାର ଇଣ୍ଡିଆ ବିମାନରେ ୧୨୫ ଯାତ୍ରୀ କୋଭିଡ ସଂକ୍ରମିତ । ଇଟାଲୀରୁ ୧୭୯ ଯାତ୍ରୀଙ୍କୁ ଧରି ଏକ ଏୟାର ଇଣ୍ଡିଆ ଫ୍ଲାଇଟ ଆଜି ପୂର୍ବାହ୍ନରେ ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ସେଥିମଧ୍ୟରୁ ୧୨୫ ଯାତ୍ରୀ କୋଭିଡରେ ସଂକ୍ରମିତ ହୋଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜି (ଗୁରୁବାର) ପୂର୍ବାହ୍ନ 11:15 ରେ ଅମୃତସର ବିମାନ ବନ୍ଦରରେ ଏହି ଆନ୍ତର୍ଜାତୀୟ ଏୟାର ଇଣ୍ଡିଆ ବିମାନଟି ଅବତରଣ କରିଥିଲା । ପ୍ରୋଟୋକଲ ଅନୁସାରେ ବିମାନ ବନ୍ଦର ପରିସରରେ ହିଁ ସମସ୍ତ ଯାତ୍ରୀଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କାରଣରୁ ସମସ୍ତଙ୍କ ନମୂନା ସଂଗ୍ରହ କରାଯାଇଥିଲା । ତେବେ ଏହି ଟେଷ୍ଟିଂ ପରେ ୧୭୯ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କୋଭିଡରେ ସଂକ୍ରମିତ ଥିବା ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଆସିବା ପରେ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ସେମାନେ ବିମାନ ବନ୍ଦରରେ ଥିବା ଟେଷ୍ଟିଂ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଏପରି ଅଭିଯୋଗକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।

ଟେଷ୍ଟିଂ ରିପୋର୍ଟ ସ୍ପଷ୍ଟ ହେବା ପରେ ସଂକ୍ରମିତ ମାନଙ୍କୁ ପଞ୍ଜାବର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ସେହିପରି ସଂକ୍ରମିତ ମାନେ ବିଦେଶାଗତ ହୋଇଥିବାରୁ ସମସ୍ତଙ୍କର ଜେନମ ସିକ୍ୱେନ୍ସିଂ ହେବା ନେଇ ମଧ୍ୟ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.