ETV Bharat / bharat

Presidential Election: ମୁର୍ମୁଙ୍କ ସପକ୍ଷରେ ବିଭିନ୍ନ ରାଜ୍ୟରେ କ୍ରସଭୋଟିଂ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କ ସପକ୍ଷରେ ବିଭିନ୍ନ ରାଜ୍ୟରେ କ୍ରସଭୋଟିଂ ସୂଚନା । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ ଦେଲେ କଂଗ୍ରେସ, ଏନସିପି ଓ ଅନ୍ୟ କିଛି ଦଳର ବିଧାୟକ । ଅଧିକ ପଢନ୍ତୁ

author img

By

Published : Jul 18, 2022, 9:13 PM IST

Presidential Election: ମୁର୍ମୁଙ୍କ ସପକ୍ଷରେ ବିଭିନ୍ନ ରାଜ୍ୟରେ କ୍ରସଭୋଟିଂ
Presidential Election: ମୁର୍ମୁଙ୍କ ସପକ୍ଷରେ ବିଭିନ୍ନ ରାଜ୍ୟରେ କ୍ରସଭୋଟିଂ

ନୂଆଦିଲ୍ଲୀ: ପ୍ରାର୍ଥୀ ଘୋଷଣା ହେବା ଦିନରୁ ସାରା ଦେଶରେ ଚର୍ଚ୍ଚାରେ ରହି ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ, ମତଦାନରେ ମଧ୍ୟ ନିଜର ଲୋକପ୍ରିୟତାର ଝଲକ ଦେଖାଇଛନ୍ତି । ମୁର୍ମୁଙ୍କ ସପକ୍ଷରେ ଦଳ ଦ୍ବାରା ନିର୍ଦ୍ଧାରିତ ନିଷ୍ପତ୍ତି ଉଲ୍ଲଙ୍ଘନ କରି ଭୋଟ ଦେଇଛନ୍ତି ଦେଶର ଏକାଧିକ ରାଜ୍ୟର ବିଧାୟକ । ଏହି ତାଲିକାରେ ଝାଡଖଣ୍ଡ ଓ ଗୁଜୁରାଟର ଏନସିିପି ବିଧାୟକ, ହରିୟାଣା ଓ ଓଡିଶାରେ ମଧ୍ୟ କଂଗ୍ରେସ ବିଧାୟକ ରହିଛନ୍ତି ।

ପଞ୍ଜାବରେ ଅକାଳୀ ବିଧାୟକ ମନପ୍ରୀତ ସିଂ ଆୟାଲି ରାଷ୍ଟ୍ରପତି ନିର୍ବାଚନରେ ମତଦାନ ବର୍ଜନ କରିଛନ୍ତି । ରାଜ୍ୟର ସ୍ବାର୍ଥ ସହ ଜଡିତ ପ୍ରସଙ୍ଗଗୁଡିକର ସମାଧାନ ହୋଇନଥିବା ଦର୍ଶାଇ ସେ ମତଦାନରେ ଅଂଶଗ୍ରହଣ କରିନଥିବା କହିଛନ୍ତି । ସେହିପରି ଆସାମରେ IUDF ବିଧାୟକ କରିମୁଦ୍ଦିନ ବାରବୁଆନ ଭିନ୍ନ ଦାବି କରିଛନ୍ତି । ବିଧାୟକ କରିମୁଦ୍ଦିନ କହିଛନ୍ତି, ଆସାମରେ ପ୍ରାୟ 20ଜଣ କଂଗ୍ରେସ ବିଧାୟକ ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ଶିବପାଲ ସିଂ ଯାଦବ ମଧ୍ୟ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ତାଙ୍କ ଭାଇ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କୁ ISI ଏଜେଣ୍ଟ ବୋଲି କଟାକ୍ଷ କରିଥିବା ଯଶୋବନ୍ତ ସିହ୍ନାଙ୍କୁ କେବେ ସମର୍ଥନ କରିବେ ନାହିଁ କହିଥିଲେ ।

ଗତ ମାସରେ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ କାରଣରୁ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକ କୁଲଦ୍ବୀପ ବିଷ୍ଣୋଇ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଅବଶ୍ୟ ବିଷ୍ଣୋଇ ସିଧାସଳଖ ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିନଥିଲେ ସୁଦ୍ଧା ନିଜ ବିବେକ ଅନୁସାରେ ଭୋଟ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି । ସେହିପରି ଓଡିଶାରେ ମଧ୍ୟ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ମୁର୍ମୁଙ୍କୁ ଭୋଟ ଦେବା ସହ ଏନେଇ ସିଧାସଖ ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିଛନ୍ତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଜଣେ ଓଡିଆ, ତେଣୁ ସେ ତାଙ୍କୁ ବିବେକ ଅନୁସାରେ ଭୋଟ ଦେଇଥିବା କହିଛନ୍ତି ମହମ୍ମଦ ମୋକିମ । ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଝାଡଖଣ୍ଡରେ ଏନସିପି ବିଧାୟକ କମଲେଶ ସିଂ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି । ସେହିପରି ରାଜ୍ୟର ବିଜେପି ବିଧାୟକ ବିରଞ୍ଚି ନାରାୟଣ ଦାବି କରିଛନ୍ତି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଜ୍ୟରେ ଅତିକମରେ 65 ଜଣ ବିଧାୟକଙ୍କ ଭୋଟ ମିଳିଛି । ଏଥିରେ କଂଗ୍ରେସ ସମେତ ଅନ୍ୟ କିଛି ଦଳର ବିଧାୟକ ମଧ୍ୟ ରହିଛନ୍ତି । ଗୁଜୁରାଟରେ ମଧ୍ୟ ଏନସିପି ବିଧାୟକ କନ୍ଦଲ ଜାଡେଜା ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ବୋଲି କହିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ BJD, YSRCP, BSP, TDP, JD (S) ଏବଂ SAD ପରି ଆଞ୍ଚଳିକ ଦଳ ମୁର୍ମୁଙ୍କୁ ପୂର୍ବରୁ ସମର୍ଥନ ଘୋଷଣା କରିସାରିଥିବା ବେଳେ ଏବେ ଅନ୍ୟ ବିରୋଧୀ ଦଳର ବିଧାୟକଙ୍କ ଭୋଟ ମୁର୍ମୁଙ୍କ ଭୋଟ ବାକ୍ସକୁ ଆହୁରି ସୁଦୃଢ କରିବ ବୋଲି ଆଶା କରାଯାଉଛି । ମୋଟ ଭୋଟ 10,86,431 ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ 7 ଲକ୍ଷରୁ ଅଧିକ ଭୋଟ୍ ପାଇବାରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସଫଳ ହୋଇପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.