ଡେରାଡୁନ: ବଦ୍ରିନାଥ-ଋଷିକେଶ ରାଜପଥର ରୁଦ୍ରପ୍ରୟାଗଠାରୁ ୬ କଲୋମିଟର ଦୂର ନରକୋଟାରେ ଏକ ନିର୍ମାଣଧିନ ପୋଲ ଭୁଶୁଡିପଡିଛି । ଏଥିରେ ୬ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ପୋଲ ତଳେ ଆଉ ୪ରୁ ୫ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବ ସହ ୬ ଆହତ ଶ୍ରମିକକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ନଥିଲେ ମଧ୍ୟ ଆହତ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଅଧିକ ସୂଚନାକୁ ଅପେକ୍ଷା ରହିଛି ।