ଅମରାବତୀ: ଆନ୍ଧ୍ରର ପାଲନାଡୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନ୍ଧ୍ର ପ୍ରଦେଶର ପାଲାନାଡୁ ଜିଲ୍ଲାର (Palnadu district) ରେଣ୍ଟାଚିନ୍ତଲା(Rentachintala ) ଗାଁ ନିକଟ ରାସ୍ତା କଡରେ ଥିବା ଏକ ମିନିଭ୍ୟାନକୁ ଧକ୍କା ଦେଇଥିଲେ ଟ୍ରକ । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୦ ଜଣ ଆହତ ହୋଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଗୁରଜାଲା ମେଡିକାଲ( Gurzala Government Hospital)ରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ମିନି ଭ୍ୟାନରେ ୩୯ ଜଣ ଯାତ୍ରୀ ଥିଲେ । ଭ୍ୟାନଟି ଶ୍ରୀସାଇଲମରୁ ଆସୁଥିବା ଜଣାପଡିଛି ।