ETV Bharat / bharat

ପୁଣି ଅଶାନ୍ତ ମଣିପୁର: ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ଗୁଳିମାଡ଼ରେ 13 ମୃତ

author img

By ETV Bharat Odisha Team

Published : Dec 4, 2023, 6:20 PM IST

ମଣିପୁରରେ ପୁଣି ନୂଆ ହିଂସା । ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ସଂଘର୍ଷ ଓ ଗୁଳିମାଡରେ 13 ଉଗ୍ରବାଦୀଙ୍କ ମୃତ୍ୟୁ ସୂଚନା । ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ପୁଣି ଅଶାନ୍ତ ମଣିପୁର: ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ଗୁଳିମାଡରେ 13 ମୃତ

ଇମ୍ଫାଲ: କିଛି ଦିନର ବ୍ୟବଧାନ ପରେ ପୁଣି ମଣିପୁରରେ ବଡ ଧରଣର ହିଂସା । ଦୁଇ ଉଗ୍ରବାଦୀ ସଂଗଠନ ମଧ୍ୟରେ ସଂଘର୍ଷ ଓ ଗୁଳିମାଡରେ 13 ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଟେଙ୍ଗନୋଉପାଲ ଜିଲ୍ଲାରେ ଏହି ସଂଘର୍ଷ ଘଟିଛି । ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଦୁଇ ଉଗ୍ରବାଦୀ ସଂଗଠନ ପରସ୍ପର ଉପରେ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାଥମିକ ଭାବେ ମୃତ୍ୟୁସଂଖ୍ୟା ପ୍ରାୟ 13 ବୋଲି ସ୍ଥାନୀୟ ପୋଲିସ କହୁଥିବା ବେଳେ ଏହା ଅଧିକ ମଧ୍ୟ ହୋଇପାରେ । ମୃତକଙ୍କ ମଧ୍ୟରେ ଉଭୟ ଗୋଷ୍ଠୀର ଉଗ୍ରବାଦୀ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସ୍ଥାନୀୟ ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଏହି ଦୁଇ ଉଗ୍ରବାଦୀ ଗୋଷ୍ଠୀର ମିଆଁମାର ଆତଙ୍କୀଙ୍କ ସହ ଲିଙ୍କ ରହିଛି । ଗୋଟିଏ ଉଗ୍ରବାଦୀ ଗୋଷ୍ଠୀ ମିଆଁମାର ଯାଉଥିବା ବେଳେ ଟେଙ୍ଗନୋଉପାଲ ଜିଲ୍ଲାର ଲେଇଥୁ ଗ୍ରାମ ନିକଟରେ ଅନ୍ୟ ଗୋଷ୍ଠୀର ଉଗ୍ରବାଦୀ ଆମ୍ବୁସ କରି ଆକ୍ରମଣ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ 13 ଉଗ୍ରବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ କିଛି ଉଗ୍ରବାଦୀ ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ପୋଲିସ ସନ୍ଦେହ କରୁଛି । ତେବେ ମୃତ ଉଗ୍ରବାଦୀମାନଙ୍କ ଚିହ୍ନଟ କରାଯାଇଛି । ସେମାନେ ସ୍ଥାନୀୟ ଅଞ୍ଚଳର ଉଗ୍ରବାଦୀ ନୁହନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ କହିଛି ।

ଗତମାସ (ନଭେମ୍ବର) 29 ତାରିଖରେ ମଣିପୁର ଓ ଉତ୍ତର-ପୂର୍ବରେ ସକ୍ରିୟ ଥିବା ପୁରାତନ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ UNLF କେନ୍ଦ୍ର ସରକାରଙ୍କ ଶାନ୍ତିଚୁକ୍ତିରେ ସାମିଲ ହୋଇଥିଲା । ଶତାଧିକ ଉଗ୍ରବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ । ଦିଲ୍ଲୀରେ ଏହି ସଂଗଠନର କାର୍ଯ୍ୟକର୍ତ୍ତା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟରେ ଏହି ଶାନ୍ତି ଚୁକ୍ତିନାମା ସ୍ବାକ୍ଷାରିତ ହେବା ପରେ ମଣିପୁରରେ ଏହି ସଂଗଠନର ଉଗ୍ରବାଦୀମାନେ ଅସ୍ତ୍ର ତ୍ୟାଗ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଦେଶର ସଫଳତା କହିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF

UNLF 1964ରେ ପ୍ରତିଷ୍ଠା ହୋଇଥିଲା । ପ୍ରାୟ 6 ଦଶନ୍ଧିରୁ ଅଧିକ ସମୟ ଧରି ଏହି ସଂଗଠନ ଉତ୍ତର-ପୂର୍ବ ଓ ବିଶେଷ ଭାବେ ମଣିପୁରରେ ସକ୍ରିୟ ରହିଥିଲା । 2014 ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଉତ୍ତର-ପୂର୍ବରେ ବିଚ୍ଛିନ୍ନତାବାଦ ସମାପ୍ତ କରିବା ପାଇଁ ସେମାନଙ୍କ ସହ ଶାନ୍ତିଚୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଉତ୍ତର-ପୂର୍ବର ଏକାଧିକ ରାଜ୍ୟରେ ସକ୍ରିୟ ଥିବା ଏକାଧିକ ଛୋଟ ବଡ ଉଗ୍ରବାଦୀ ସଂଗଠନ ଏହି ପ୍ରକ୍ରିୟାରେ ଚୁକ୍ତିବଦ୍ଧ ହୋଇସାରିଛନ୍ତି । ତଥାପି ଆଜି ପୁଣି ଏକ ବଡ ଧରଣର ହିଂସା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.