ETV Bharat / bharat

ଗ୍ୟାସ ବିସ୍ଫୋରଣରେ 25 ମୃତ, ତଦନ୍ତ ଜାରି - ଗ୍ୟାସ ବିସ୍ଫୋରଣରେ 25 ମୃତ

ଚିନ୍ ହୁବେଇ ପ୍ରଦେଶର ସିୟାନ ସହରରର ବଡ ଧରଣର ଗ୍ୟାସ ବିସ୍ଫୋରଣ । 25 ମୃତ । ଅଧିକ ପଢନ୍ତୁ...

ଗ୍ୟାସ ବିସ୍ଫୋରଣରେ 25 ମୃତ, ତଦନ୍ତ ଜାରୀ
ଗ୍ୟାସ ବିସ୍ଫୋରଣରେ 25 ମୃତ, ତଦନ୍ତ ଜାରୀ
author img

By

Published : Jun 15, 2021, 12:55 PM IST

ବେଜିଂ: ମଧ୍ୟ ଚିନ୍ ହୁବେଇ ପ୍ରଦେଶର ସିୟାନ ସହରର ବଜାରରେ ରବିବାର ଏକ ବଡ ଧରଣର ଗ୍ୟାସ ବିସ୍ଫୋରଣ । ଯେଉଁଥିରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି । ତେବେ ରବିବାର ସକାଳ ସମୟରେ ଲୋକମାନେ ସେଠାରେ ସପିଂ କରୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଥିବା ଲୋକେ ଭାଙ୍ଗିଯାଇଥିବା ଇଟା ଓ କଂକ୍ରିଟ ତଳେ ଚାପି ହୋଇଯାଇଥିଲେ ।

ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏନେଇ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଅନୁସନ୍ଧାନ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ତଦନ୍ତ ଦଳ ଗଠନ କରିବାକୁ ଘୋଷଣା କରିଥିଲେ।

1990 ମସିହା ପୂର୍ବରୁ ନିର୍ମିତ ଏକ ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା ​​ଯେଉଁଥିରେ ଫାର୍ମାସି, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ରହିଥିଲା। ବିସ୍ଫୋରଣ ସ୍ଥାନରୁ 900 ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବିସ୍ଫୋରଣର କାରଣ ଜାଣିବା ପାଇଁ ବ୍ୟାପକ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.