ETV Bharat / bharat

ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା, 4 ଓଡିଆ ମୃତ 30 ଆହତ

author img

By

Published : Oct 2, 2022, 1:49 PM IST

ଝାଡ଼ଖଣ୍ଡର ହଜାରିବାଗରେ ଏକ ଯାତ୍ରାବାହୀ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ମୃତକ ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

severe road accident in hazaribag
ହଜାରିବାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 4 ମୃତ 30 ଆହତ

ରାଞ୍ଚି: ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 30ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସରୁ ମୃତଦେହକୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଗୟାରୁ ଓଡ଼ିଶା ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ହଜାରିବାଗ ଜିଲ୍ଲାର କଟକମସାଣ୍ଡିରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସଟି ଓଲଟି ପଡ଼ିଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଡାକ୍ତରଖାନା ଯିବା ବାଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 30ରୁ ଊର୍ଦ୍ଧ୍ବ ଲୋକେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ମୃତ୍ୟୁ ଘଟିଥିବା ସମସ୍ତ ବ୍ୟକ୍ତି ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ସେପଟେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: Shopian Encounter: ସେନା ଗୁଳିଲେ ଜଣେ ଆତଙ୍କୀ ସଫା, ଅପରେସନ ଜାରି

ଗତ ମାସରେ ହଜାରିବାଗରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣ ପ୍ରାଣ ହରାଇଥିଲେ । ରାଞ୍ଚିରୁ ହଜାରିବାଗ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଟାଟିଝାରିଆ ନିକଟରେ ଓଲଟି ପଡିବାରୁ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ଏକାଧିକ ଯାତ୍ରୀ ଆହତ ହୋଇଥିଲେ । ସୂଚନା ପାଇ ସ୍ଥାନୀୟ ପ୍ରଶାସନ ରେସ୍କ୍ୟୁ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହୋଇପାରି ନଥିବାବେଳେ, ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.