ETV Bharat / bharat

ପୁଣେ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, କାର ଧକ୍କାରେ ୫ ମୃତ

author img

By

Published : Nov 18, 2022, 9:38 AM IST

ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ବେର ଢେକୁ ଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା (Five people were killed in a car accident )। ଏହି ଦୁର୍ଘଟଣାରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ବେର ଢେକୁ ଗ୍ରାମରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଇରଟିକା କାରରେ ୮ଜଣ ଯାତ୍ରୀଙ୍କୁ ନେଇ ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । ଢେକୁ ଗ୍ରାମରେ ପହଞ୍ଚିବା ବେଳେ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇବାରୁ ଆଉ ଏକ କାର ସହ ଇରଟିକା କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ କାରଟି ପୁରା ନଷ୍ଟ ହୋଇଯାଇଥିବା ଜଣାପଡିଛି । ଗୁରୁବାର ରାତି ପ୍ରାୟ ୧୦ଟାରୁ ୧୧ଟା ୪୦ ମିନିଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଚିଠିରେ କ୍ଷମା ମାଗି ଟ୍ରେନ ଆଗକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ର

୫ ମୃତକ ହେଉଛନ୍ତି ଅବଦୁଲ ରେହମାନ ଖାନ,ଅନିଲ ସୁନୀଲ ସାନପ,ୱାସିମ ସାଜିଦ କାଜୀ,ରାହୁଲ କୁମାର ପାଣ୍ଡେ ଓ ଆଶୁତୋଷ ନବନାଥ ଗାଣ୍ଡେକର । ସେହିପରି ତିନି ଗୁରୁତର ହେଉଛନ୍ତି ମାଚିନ୍ଦ୍ର ଆମ୍ବୋର,ଅମିରୁଲ୍ଲା ଚୌଧୁରୀ ଓ ଦୀପକ ଖଇରାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.