ETV Bharat / bharat

ବ୍ରେକ୍‌ଫେଲ ହେବାରୁ ୮ ଜଣଙ୍କ ଉପରେ ମାଡିଗଲା କାର, ୨ ମୃତ - ଲୋକଙ୍କ ଉପରେ ମାଡିଗଲା କାର

ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡିଗଲା କାର । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ସୂଚନା । ଅଧିକ ପଢନ୍ତୁ

DELHI ACCIDENT
DELHI ACCIDENT
author img

By

Published : Mar 9, 2023, 7:27 AM IST

Updated : Mar 9, 2023, 7:53 AM IST

ନୂଆଦିଲ୍ଲୀ: ହୋଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦିଲ୍ଲୀର ମଲାଇ ମନ୍ଦିର ଅଞ୍ଚଳରେ ଗତକାଲି(ବୁଧବାର) ଏହି ଦୁର୍ଘଟଣା ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • दिल्ली के मलाई मंदिर इलाके में तेज रफ्तार थार ने कई लोगों को कुचल दिया। हादसे में 5 से ज्यादा लोग घायल हुए हैं। थार ने 2 गाड़ियों को भी टक्कर मारी है। शुरूआती जांच में सामने आया है कि गाड़ी की स्पीड ज्यादा थी और संतुलन बिगड़ने के कारण हादसा हुआ। जांच जारी है: दिल्ली पुलिस pic.twitter.com/IqWnWyXKlO

    — ANI_HindiNews (@AHindinews) March 8, 2023 " class="align-text-top noRightClick twitterSection" data=" ">

ପୋଲିସର କହିବା ଅନୁସାରେ, "ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨ଜଣ ଆହତଙ୍କ ପରିଚୟ ମିଳିପାରିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାରର ବେଗ ଅଧିକ ରହିଥିଲା । ଫଳରେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ହୋଇଛି । ତେବେ ଲୋକଙ୍କ ଉପରେ ମାଡିଯିବା ସହ ଆଉ ୨ଟି କାରକୁ ମଧ୍ୟ ଧକ୍କା ଦେଇଥିଲା । ଏମ୍ସ ଟ୍ରୌମାରେ ଆହତମାନେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ହୋଇଥିଲେ ।"

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ରାଜଭବନରେ ହୋଲି ଖେଳିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ପୋଲିସର କହିବା ଅନୁସାରେ, "ଆହତମାନେ ଶିବା କ୍ୟାମ୍ପ, ବସନ୍ତ ବିହାର, ଏକତା ବିହାର ଏବଂ ଆରକେ ପୁରମର ବାସିନ୍ଦା ଅଟନ୍ତି । ଏହି ଦୁର୍ଘଟଣା ଫଳରେ ଦୁଇଟି କାର ସହ ୩ଟା ଦୋକାନ ପୁରା କ୍ଷତିଗ୍ରସ୍ତ ହୋଇଛି । ଆମେ ସନ୍ଧ୍ୟା ୭.୩୦ରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଆଇପିସି ଧାରା ୩୦୪Aରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମର ଶିକାର ହୋଇ ଶିଶୁକୁ ଜନ୍ମ ଦେଲେ ନାବାଳିକା, ନବଜାତକର ଗଳା କାଟି ଦେଲେ ପୀଡିତାଙ୍କ ବାପା

ଆହତଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, "କାରଟି ପ୍ରଥମେ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଏକ ଖୁଣ୍ଟରେ ଧକ୍କା ଦେଇଥିଲା । ଏହାପରେ ନିୟନ୍ତ୍ରଣ ହରାଇ ରାସ୍ତାରେ କଡରେ ଫଳ ବିକୁଥିବା ବିକାଳିଙ୍କ ଉପରେ ମାଡିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ କାରଟି ଫିଲ୍ମ ଷ୍ଟାଇଲରେ ଓଲଟି ପଡିଥିଲା । ଫଳରେ ମାଡିଯାଇଥିବା କେତେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2023, 7:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.