ETV Bharat / bharat

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଚାଲିଗଲା 5 ଜୀବନ

author img

By ETV Bharat Odisha Team

Published : Sep 25, 2023, 2:10 PM IST

ଗଛରେ କାର ପିଟି ହେବାରୁ 5ଜଣଙ୍କର ମୃତ୍ୟୁ। ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଅଧିକ ପଢନ୍ତୁ

accident in madhya pradesh
accident in madhya pradesh

ଭୋପାଳ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ କାର ପିଟି ହେବାରୁ 5ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉମରିଆ ଜିଲ୍ଲାର 43 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । 5 ମୃତକ ହେଉଛନ୍ତି ଶାହଦୋଲ ଜିଲ୍ଲାର ପୁଷ୍ପେନ୍ଦ୍ର ତ୍ରିପାଠୀ, ଅମିତ ଶୁକ୍ଲା, ଅବିନାଶ ଦୁବେ, ପ୍ରକାଶ ଜଗତ ଏବଂ ଦୀନେଶ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୋମବାର ବିଳମ୍ବିତ ରାତି ପ୍ରାୟ 12ଟା 30 ସମୟରେ ବୀରସିଂଘପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା । ସଙ୍ଗେ ସଙ୍ଗେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଟେମ୍ପୋକୁ ଧକ୍କା ଦେଲା ବସ: 5 ମୃତ, ଏକାଧିକ ଆହତ

ପୋଲିସର ସୂଚନା ମୁତାବକ, ରବିବାର ରାତିରେ ଶାହଦୋଲ ଜିଲ୍ଲାରୁ ଏକ କାରରେ 5 ଜଣ ଯୁବକ ଏକ ଡବାରେ ଖାଦ୍ୟ ଖାଇବାକୁ ଆସିଥିଲେ । ସେଠାରୁ ଫେରୁଥିବା ବେଳେ ରାତି 12ଟା 30 ମିନିଟ ବେଳେ 43 ନମ୍ବର ଜାତୀୟ ରାଜପଥରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଚି ହୋଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ 2ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ସଡକ ଦୁର୍ଘଟଣା ଘଟିଥିଲା। ଗୋଟିଏ କାରକୁ ଟ୍ରକ ଧକ୍କା ଦେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ ଶହଶହ ଯାତ୍ରୀ, ଦେବଦୂତ୍ତ ସାଜିଲେ ନାବାଳକ

ରବିବାର ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟେମ୍ପୋକୁ ଏକ ବସ ଧକ୍କା ଦେବା ଫଳରେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରାଜସ୍ଥାନର ଦୌସା ଜିଲ୍ଲାର ମହୱା ପୋଲିସ ଷ୍ଟେସନ ଅଧୀନ ଜାତୀୟ ରାଜପଥ-21ର ମହୱା-ହିନ୍ଦନ ଗାଜିପୁର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ 2ଜଣ ଟେମ୍ପୋରେ ଥିଲା ବେଳେ ଅନ୍ୟ 3 ଜଣ ରାସ୍ତାରେ ଯାଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.