ETV Bharat / bharat

Srinagar-Kargil Accident: 1200ଫୁଟ ଖାଇକୁ ଖସିଲା ଯାନ, ବାପ-ପୁଅ ସମେତ 9 ମୃତ

author img

By

Published : May 26, 2022, 1:20 PM IST

ଜୋଜିଲା ପାସ ଦୁର୍ଘଟଣା ଭଳି ଜମ୍ମୁକାଶ୍ମୀର ଶ୍ରୀନଗର-କାର୍ଗିଲ ହାଇୱେରେ ଘଟିଛି ଆଉ ଏକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ପୁଅଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Srinagar-Kargil Accident: 1200ଫୁଟ ଖାଇକୁ ଖସିଲା ଯାନ, ବାପ-ପୁଅ ସମେତ 9 ମୃତ
Srinagar-Kargil Accident: 1200ଫୁଟ ଖାଇକୁ ଖସିଲା ଯାନ, ବାପ-ପୁଅ ସମେତ 9 ମୃତ

ଶ୍ରୀନଗର: ଜମ୍ମୁକାଶ୍ମୀର-ଲଦାଖ ନିକଟ ଜୋଜିଲା ପାସ୍‌ ନିକଟରେ ଘଟିଥିବା ଦୁର୍ଘଟଣା ଭଳି ସମାନ ଦୁର୍ଘଟଣା ପୁଣି ଶ୍ରୀନଗର-କାର୍ଗିଲ ହାଇୱେ(Srinagar-Kargil highway Accident) ଘଟିଛି ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ପୁଅଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଛି । କ୍ୟାବର ଡ୍ରାଇଭର ଭାରସାମ୍ୟ ହରାଇବା ପରେ ଗାଡି ପ୍ରାୟ 1200 ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଗତକାଲି ଦୁର୍ଘଟଣା ଘଟିବା ପରେ ପୋଲିସ ପ୍ରଥମେ 7ଟି ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଏହାପରେ ଆଜି(ଗୁରୁବାର) ସକାଳୁ ଆଉ 2ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ହୋଇଥିବା ଯାତ୍ରୀମାନେ ଉକ୍ତ ଅଞ୍ଚଳର ହୋଇଥିବା ବେଳେ 2 ଜଣ ଜମ୍ମୁକାଶ୍ମୀର ଅଞ୍ଚଳର । ଆହତମାନଙ୍କ ମଧ୍ୟରୁ ଜଣେ 20 ବର୍ଷର ଯୁବକ ଅରବିନ୍ଦ ଯାଦବଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ସୌରାରେ ଥିବା SKIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ- Zojila pass Road Accident: 440 ଫୁଟ ତଳ ଖାଇକୁ ଖସିଲା ଟ୍ୟାକ୍ସି, 7 ମୃତ

ଅରବିନ୍ଦ ଝାଡ଼ଖଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ସୂଚନା ଥାଉ କି ଟ୍ରାଫିକ ଆଡଭାଇଜରି ଅନୁସାରେ କାର୍ଗିଲରୁ ଶ୍ରୀନଗର ଯିବାକୁ ହେଲେ ସକାଳରୁ 6ଟାରୁ ଯାତ୍ରା ଆରମ୍ଭ କରିବା ଆବଶ୍ୟକ । ମାତ୍ର ଏହି ଯାତ୍ରୀବାହୀ ଯାନଟି ଟ୍ରାଫିକ ନିୟମ ଉଲ୍ଲଘଂନ କରି ଯାତ୍ରା ଆରମ୍ଭ କରିଥିଲା । ସନ୍ଧ୍ୟା ସମୟରେ ଡ୍ରାଇଭର ସନ୍ତୁଳନ ରକ୍ଷା କରିନପାରିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.