ETV Bharat / bharat

ଟ୍ରାକ୍ଟର-ଡମ୍ଫର ମୁହାଁମୁହିଁ ଧକ୍କା: ୫ ମୃତ, ୧୬ ଆହତ

author img

By

Published : Aug 5, 2023, 1:09 PM IST

ଉତ୍ତର ପ୍ରଦେଶରେ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା । ଚାଲିଗଲା ୫ ଜୀବନ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ସଡକ ଦୁର୍ଘଟଣା
ଉତ୍ତର ପ୍ରଦେଶରେ ସଡକ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ସହ ମୁହିଁମୁହିଁ ଧକ୍କା ହେଲା ଟ୍ରାକ୍ଟର । ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ଶୁକ୍ରବାର ବିଳମ୍ବିତ ରାତିରେ ହାଥରସ୍ ଜିଲ୍ଲାର ସଦାବାଦ ରୋଡରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗ୍ରା ଓ ଅଲିଗଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତାହତମାନେ ଗୋବର୍ଦ୍ଧନ ପରିକ୍ରମା ପାଇଁ ମଥୁରା ଯାଉଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ।

ଯାହା ସୂଚନା ମିଳିଛି, ଟ୍ରାକ୍ଟରରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ଥିଲେ । ସମସ୍ତେ ଗୋବର୍ଦ୍ଧନ ପରିକ୍ରମା ପାଇଁ ଜଲେଶ୍ବରରୁ ମଥୁରା ଅଭିମୁଖେ ଯାଉଥିଲେ । ସଦାବାଦ ରୋଡରେ ଟ୍ରାକ୍ଟରଟି ଏକ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଟ୍ରାକ୍ଟର ଡ୍ରାଇଭର ମଦ ପିଇ ଗାଡି ଚଲାଉଥିଲା ଏବଂ ଡମ୍ଫରକୁ ଧକ୍କା ଦେଇଥିଲା ବୋଲି ସୁଲତାନ ସିଂହ ନାମକ ଜଣେ ଆହତ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ମୃତ, ୧୭ରୁ ଅଧିକ ନିଖୋଜ

ଏହାମଧ୍ୟ ପଢନ୍ତୁ: Manipur Violence: ମଣିପୁରରେ ଥମିବାର ନାଁ ଧରୁନି ହିଂସା, 3 ଜଣଙ୍କୁ ଗୁଳିକରି ହତ୍ୟା

ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି । ସମସ୍ତ ମୃତକ ୧୦ରୁ ୨୨ ବର୍ଷର ଅଟନ୍ତି । ସେମାନେ ହେଲେ ବିକ୍ରମ(୨୨), ମାଧୁରୀ (୨୨), ହେମଲତା(୧୨), ଲକ୍ଷ୍ମୀ (୧୮) ଓ ଅଭିଷେକ(୨) । ସ୍ଥାନୀୟ ଥାନା ଇନଚାର୍ଜ ଅମିତ କୁମାର କହିଛନ୍ତି, ''ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ୧୬ ଜଣଙ୍କ ମଧ୍ୟରୁ ୯ ଜଣ ସଦାବାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆଉ ୬ ଜଣଙ୍କୁ ଆଗ୍ରା ମେଡିକାଲ କଲେଜ ଓ ଜଣକୁ ଅଲିଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।''

ଏହି ଦୁର୍ଘଟଣା ନେଇ ନେଇ ପୋଲିସ ଆଇପିସିର ଧାରାରେ ମାମଲା ରୁଜୁ କରିଛି । ହାଥରସ୍ ଏସପି ଦେବେଶ କୁମାର ପାଣ୍ଡେ, ସର୍କଲ ଅଫିସର ଗୋପାଳ ସିଂହ, ଉପଜିଲ୍ଲାପାଳ ସଞ୍ଜୟ କୁମାରଙ୍କ ସମେତ ଅନ୍ୟ କିଛି ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଛନ୍ତି । ତେବେ ଟ୍ରାକ୍ଟର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.