ETV Bharat / bharat

ଭୋପାଳରୁ 4 ବାଂଲାଦେଶୀ ଆତଙ୍କବାଦୀ ଗିରଫ - ବାଂଲାଦେଶୀ ଆତଙ୍କୀ ଗିରଫ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଗିରଫ ହେଲେ 4 ବାଂଲାଦେଶୀ ଆତଙ୍କବାଦୀ । ଭୋର 3ଟାରୁ ସହରର ଏକାଧିକ ସ୍ଥାନରେ ଜାରି ରହିଥିଲା ଚଢାଉ । ଅଧିକ ପଢନ୍ତୁ

ଭୋପାଳରୁ 4 ବାଂଲାଦେଶୀ ଆତଙ୍କବାଦୀ ଗିରଫ
ଭୋପାଳରୁ 4 ବାଂଲାଦେଶୀ ଆତଙ୍କବାଦୀ ଗିରଫ
author img

By

Published : Mar 13, 2022, 9:28 PM IST

ଭୋପାଳ: ଏକାଧିକ ସ୍ଥାନରେ ଜାରି ରହିଥିବା ଆତଙ୍କୀ ନିରୋଧୀ ଅପରେସନ ପରେ 4ବାଂଲାଦେଶୀ ଆତଙ୍କୀଙ୍କୁ କାବୁ କରିବାରେ ସଫଳ ହୋଇଛି ମଧ୍ୟପ୍ରଦେଶ ପୋଲିସ । ସନ୍ଦିଗ୍ଧ ଆତଙ୍କୀ କାର୍ଯ୍ୟକଳାପ ନେଇ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ସହରର ଏକାଧିକ ସ୍ଥାନରେ ଅପରେସନ କରିଥିଲା ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଆତଙ୍କ ନିରୋଧୀ ୟୁନିଟ । ତେବେ 4 ଆତଙ୍କୀଙ୍କୁୁ ଗିରଫ କରାଯାଇ ଥବାବେଳେ ସମସ୍ତ ଆତଙ୍କବାଦୀ ବାଂଲାଦେଶୀ ଆତଙ୍କୀ ସଂଗଠନ ଜମ୍ମାତ-ଉଲ- ମୁଜ୍ଜାହିଦ୍ଦିନର ସଦସ୍ୟ ବୋଲି ପୋଲିସ କହିଛି ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଗିରଫ ଆତଙ୍କୀମାନେ ହେଲେ ଫଜହର ଅଲି ଓରଫ ମେହମୁଦ (32), ମହମ୍ମଦ ଆକିଲ ଓରଫ ଅହମ୍ମଦ (24), ଜାହରୁଦ୍ଦିନ ଓରଫ ଇବ୍ରାହିମ (28) ଏବଂ ଫଜହର ଜୈନଲ ଅବଦେନ ଓରଫ ଅକ୍ରାମ ଅଲ ହାସନ (25)। ଏହି ଆତଙ୍କୀ ସଂଗଠନ ବାଂଲାଦେଶରୁ ଅପରେଟ ହେଉଥିବାବେଳେ ବୋଧଗୟାରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି ।

ମିଳିଥିବା ଇନପୁଟ ସୂଚନାକୁ ଆଧାର କରି ମଧ୍ୟପ୍ରଦେଶ ପୋଲିସ ଓ କେନ୍ଦ୍ରୀୟ ଆତଙ୍କ ନିରୋଧୀ ଏଜେନ୍ସିଂ ମିଳିତ ଭାବେ ଏକାଧିକ ସ୍ଥାନରେ ଏହି ଚଢାଉ ଅଭିଯାନ ହାତକୁ ନେଇଥିଲେ । ଏହି ସ୍ବତନ୍ତ୍ର ଅଭିଯାନ ଆଜି (ରବିବାର) ଭୋର ପ୍ରାୟ 3.30 ରେ ଆରମ୍ଭ ହୋଇଥିବାବେଳେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖାଯିବା ସହ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇ ନଥଲା ।

ସକାଳ 4ଟା ସୁଦ୍ଧା ମୋଟ 4 ଆତଙ୍କୀଙ୍କୁ ଗିରଫ ସହ ଅପରେସନ ଶେଷ ହୋଇଥିଲା। ଦିନ ତମାମ ଗିରଫ ଆତଙ୍କୀଙ୍କୁ ପଚରାଉଚରା ପରେ ସଂନ୍ଧ୍ୟାରେ ସବିଶେଷ ସୂଚନା ଦେଇଛି ପୋଲିସ । ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.