ETV Bharat / bharat

କୋଲକାତାରେ ISF କର୍ମୀ ଓ ପୋଲିସ ଧସ୍ତାଧସ୍ତି: ଏକାଧିକ ଆହତ, ବିଧାୟକ ଗିରଫ

author img

By

Published : Jan 21, 2023, 7:58 PM IST

କୋଲକାତାରେ ISF କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ବ୍ୟାପକ ଭଙ୍ଗାରୁଜା, ଜଳାପୋଡାରେ ଏକାଧିକ ଆହତ । ବିଧାୟକ ନୌସାଦ ସିଦ୍ଦିକିଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କୋଲକାତାରେ ISF କର୍ମୀ ଓ ପୋଲିସ ଧସ୍ତାଧସ୍ତି: ଏକାଧିକ ଆହତ, ବିଧାୟକ ଗିରଫ
କୋଲକାତାରେ ISF କର୍ମୀ ଓ ପୋଲିସ ଧସ୍ତାଧସ୍ତି: ଏକାଧିକ ଆହତ, ବିଧାୟକ ଗିରଫ

ହାଇଦ୍ରାବାଦ: କୋଲକାତାରେ ରାଜନୈତିକ କାର୍ଯ୍ୟକ୍ରମ ବେଳେ ବ୍ୟାପକ ହିିଂସା ଦେଖିବାକୁ ମିଳିଛି । ISF ଦଳୀୟ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ (ISF) କର୍ମୀ ଓ ପୋଲିସ ମଧ୍ୟରେ ଏହି ଖଣ୍ଡଯୁଦ୍ଧରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ଯାସ ପ୍ରୟୋଗ କରିଛି । ଏଥିରେ ISF ବିଧାୟକଙ୍କୁ ପୋଲିସ ଗିରଫ ରଖିଥିବା ମଧ୍ୟ ସୂଚନା ରହିଛି ।

2021 ବିଧାନସଭା ନିର୍ବାଚନ ପୂର୍ବରୁ ଆବ୍ବାସ ସଦ୍ଦିକିଙ୍କ ଦ୍ବାରା ଗଠିତ ରାଜନୈତିକ ଦଳ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ ଆଜି ମଧ୍ୟ କୋଲକାତାର ଏକ୍ସପାନେଡରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଆଇଏସଏଫ ନେତା ତଥା ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗର ବିଧାୟକ ନୌସାଦ ସିଦ୍ଦିକି ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଉଥିଲେ । ଏହି ସମୟରେଲ ପ୍ରଥମେ ତୃଣମୂଳ କଂଗ୍ରେସ କର୍ମୀ ଓ ପରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ହୋଇଥିଲା । ISF କର୍ମୀମାନେ ପୋଲିସ ଉପରେ ବାଡି, ଠେଙ୍ଗାରେ ଆକ୍ରମଣ କରିବା ସହ ପଥରମାଡ କରିଥିଲେ । ପୋଲିସ ମଧ୍ୟ ଲାଠି ଚାଳନା କରିବା ସହ ହିଂସାକାରୀଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଥିରେ ଉଭୟ ପୋଲିସ ଓ ISF କର୍ମୀମାନେ ଆହତ ହୋଇଛନ୍ତି । କାର୍ଯ୍ୟକ୍ରମର ଆୟୋଜନ କରିଥିବା ବିଧାୟକ ନୌସାଦ ସିଦ୍ଦିକିଙ୍କୁ ପୋଲିସ ଗିରଫ କରିଛି ।

ତେବେ ଘଟଣା ପରେ ପୋଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି ଗିରଫ ବିଧାୟକ ନୌସାଦ । ସେ କହିଛନ୍ତି, ‘‘ଏହା ଆମ ଦଳର ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିଲା । ଏଠାକୁ ଆମ କାର୍ଯ୍ୟକର୍ତ୍ତା ଓ କର୍ମୀ ଶୃଙ୍ଖଳିତ ଭାବେ ଆସି ଏକତ୍ରୀତ ହୋଇଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆମକୁ ଶାସକ ତୃଣମୂଳ କର୍ମୀମାନେ ଆକ୍ରମଣ କଲେ । ଆମେ ପୋଲିସକୁ ସୂଚନା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଫଳରେ ଏହି ସଂଘର୍ଷ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଳମ୍ବରେ ପହଞ୍ଚି ଆମ ଆମ ସମର୍ଥକଙ୍କୁ ମାଡ ମାରିଥିଲା । ଫଳରେ ଏପରି ଉତ୍ତେଜିତ ସ୍ଥିତି ସୃଷ୍ଟି ହୋଇଛି ।’’

ତେବେ କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ବେଳେ ପୋଲିସ ଉପରେ ଅତର୍କିତ ଆକ୍ରମଣ ହୋଇଛି । ବୋମାମାଡ ହେବା ସହ ଜଳାପୋଡା, ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି । ଏଥିରେ ବହୁ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ପାଇଁ ବିଧାୟକଙ୍କୁ ଗିରଫ କରାଯାଇଛି । ଅନ୍ୟ ହିଂସାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଗିରଫ କରାଯିବା । ଅନ୍ୟପଟେ ଗିରଫ ବିଧାୟକ ନୌସାଦ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଅନେକ ଦଳୀୟ କର୍ମୀ ଗୁରୁତର ହୋଇଥିବା ପାଲଟା ଅଭିଯୋଗ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.