ETV Bharat / bharat

Cable Bridge Collapsed: ଗୁଜୁରାଟରେ ଭୁଶୁଡିଲା କେବଲ ବ୍ରିଜ, 7 ମୃତ

author img

By

Published : Oct 30, 2022, 7:47 PM IST

Updated : Oct 30, 2022, 9:16 PM IST

ଗୁଜୁରାଟର ମୋର୍ବି ଅଞ୍ଚଳରେ ମାଞ୍ଚୁ ନଦୀରେ ଭୁଶୁଡିଲା କେବଲ ବ୍ରିଜ । 7 ମୃତ ଓ ଅନେକ ଆହତ। ରେସକ୍ୟୁ ଅପରେସନ ଜାରି । ଅଧିକ ପଢନ୍ତୁ

Cable bridge collapsed: ଗୁଜୁରାଟରେ ଭୁଶୁଡିଲା କେବଲ ବ୍ରିଜ, ଏକାଧିକ ଆହତ

ଗାନ୍ଧୀନଗର: ଗୁଜୁରାଟର ମୋର୍ବି ଅଞ୍ଚଳରେ ମାଞ୍ଚୁ ନଦୀରେ ଏକ କେବୁଲ ବ୍ରିଜ ଭୁଶୁଡ଼ିବା ଫଳରେ 7 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ଏହି ଅଘଟଣ ଘଟିଛି । ଏପର୍ଯ୍ୟନ୍ତ 7 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଘଭି (Harsh Sanghavi) ସୂଚନା ଦେଇଛନ୍ତି । ଅନେକ ଲୋକ ଆହତ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲ ଭୁଶୁଡିପଡିବାର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ । ଏବେ ମଧ୍ୟ ପାଣି ଭିତରେ ପୋଲର ଭଗ୍ନାବଶେଷରେ ବହୁ ଲୋକ ଫସି ରହିଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗୃହମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ସଂଧ୍ୟା ପ୍ରାୟ ସାଢେ 6 ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ 150 ଜଣ ଥିବା ବେଳେ ବ୍ରିଜ ଭୁଶୁଡି ପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର 15 ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିବା ନେଇ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ।

ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଅନ୍ୟ ଜରୁରୀ ବିଭାଗର ଏକାଧିକ ଟିମ୍‌ ସେମାନଙ୍କୁ ପାଣିରୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ମୃତକଙ୍କ ପରିବାରର 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ସହ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ରାଶି ପ୍ରଦାନ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ।

  • The tragedy in Morbi, Gujarat has left me worried. My thoughts and prayers are with the affected people. Relief and rescue efforts will bring succour to the victims.

    — President of India (@rashtrapatibhvn) October 30, 2022 " class="align-text-top noRightClick twitterSection" data=" ">

ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ 2 ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

  • PM @narendramodi has announced an ex-gratia of Rs. 2 lakh from PMNRF for the next of kin of each of those who lost their lives in the mishap in Morbi. The injured would be given Rs. 50,000.

    — PMO India (@PMOIndia) October 30, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2022, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.