ETV Bharat / bharat

Bihar: ବିଜୁଳି ଯୋଗାଣ ଦାବିରେ ଆନ୍ଦୋଳନ ବେଳେ ପୋଲିସର ଗୁଳିମାଡ, 3 ମୃତ ଆଶଙ୍କା - ବିବାହ ପୋଲିସ

ବିହାର କଟିହାରରେ ବିଜୁଳି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ବେଳେ ପୋଲିସର ଗୁଳିମାଡ । 3 ଆନ୍ଦୋଳନକାରୀଙ୍କ ମୃତ୍ୟୁ ଆଶଙ୍କା । ଅନ୍ୟ କିଛି ଆହତ । ଅଧିକ ପଢନ୍ତୁ

Bihar: ବିଜୁଳି ଯୋଗାଣ ଦାବିରେ ଆନ୍ଦୋଳନ ବେଳେ ପୋଲିସର ଗୁଳିମାଡ, 3 ମୃତ ଆଶଙ୍କା

author img

By

Published : Jul 26, 2023, 4:50 PM IST

ପାଟନା: ବିହାରର କଟିହାରରେ ବିଜୁଳି ବିଭାଗ ବିରୋଧରେ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଛି ପୋଲିସ । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିଦ୍ୟୁତ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ପାଇଁ ହଜାର ହଜାର ଆନ୍ଦୋଳନକାରୀ ଏକାଠି ହୋଇଥିଲେ । ଏହି ସମୟରେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା । ଫଳରେ ପୋଲିସ ଗୁଳି ଚଳାଇବା ଆରମ୍ଭ କରିଥିଲା । ପ୍ରାୟ 3 ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଅନ୍ୟ କିଛି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, କଟିହାର ଜିଲ୍ଲାର ବାରସୋଇସ୍ଥିତ ବିଜୁଳି ବିଭାଗ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ଯୋଗାଣ ଦାବିରେ ବିକ୍ଷୋଭକାରୀ ଏକାଠି ହୋଇଥିଲେ । ମରାମତି କାର୍ଯ୍ୟ ପାଇଁ ସକାଳ 5ଟାରୁ 11ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବାକୁ ସେମାନେ ବିରୋଧ କରି ବିଭାଗୀୟ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଆସିଥିଲେ । ଏହି ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍‌ ସହ ସେମାନଙ୍କ ସଂଘର୍ଷ ହେବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଗୁଳିରେ 3 ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।

ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କରେ ପ୍ରଶାସନ କିଛି ସ୍ପଷ୍ଟ କରିନଥିବା ବେଳେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ସେମାନେ ବେସାଲ୍ ଗାଁର ବାସିନ୍ଦା 34 ବର୍ଷୀୟ ଖୁରସିଦ ଆଲାମ, ଚାପଖୋଡ଼ ପଞ୍ଚାୟତର 32 ବର୍ଷୀୟ ନୟାଜ ଆଲାମ ଏବଂ ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୋଲିସ ଗୁଳିରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେବା ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:- ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ; ୮ ହଜାର ଲାଞ୍ଚ ନେଇ ଧରାପଡିଲେ

ଆନ୍ଦୋଳନ କରିବାକୁ ଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଥିବା ବେଳେ ଅପରାହ୍ନ ପ୍ରାୟ 3ଟା ସମୟରେ ପୋଲିସ ପହଞ୍ଚି ସେମାନଙ୍କୁ ପ୍ରଥମେ ଲାଠିଚାର୍ଜ କରିବା ସହ ଅତର୍କିତ ଗୁଳିମାଡ଼ କରିଥିଲା । ଏଥିରେ 5ରୁ ଅଧିକ ଲୋକଙ୍କ ଦେହରେ ଗୁଳି ବାଜିଛି । ଏବେ ସୁଦ୍ଧା 3ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଅନ୍ୟ କିଛି ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ଲାଠି ମାଡ଼ରେ ମଧ୍ୟ ଅଧିକାଂଶ ଆନ୍ଦୋଳନକାରୀ ଆହତ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.