ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଏବଂ ଡମ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 42 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଇଟାୱା ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।
-
Etawah, UP | A sleeper bus en route to Ajmer from Gorakhpur with passengers met with an accident on the Agra-Lucknow Expressway under Saifai PS. 4 people were killed & about 42 who are seriously injured have been admitted to Saifai's PGI Hospital: ADM
— ANI UP/Uttarakhand (@ANINewsUP) October 23, 2022 " class="align-text-top noRightClick twitterSection" data="
">Etawah, UP | A sleeper bus en route to Ajmer from Gorakhpur with passengers met with an accident on the Agra-Lucknow Expressway under Saifai PS. 4 people were killed & about 42 who are seriously injured have been admitted to Saifai's PGI Hospital: ADM
— ANI UP/Uttarakhand (@ANINewsUP) October 23, 2022Etawah, UP | A sleeper bus en route to Ajmer from Gorakhpur with passengers met with an accident on the Agra-Lucknow Expressway under Saifai PS. 4 people were killed & about 42 who are seriously injured have been admitted to Saifai's PGI Hospital: ADM
— ANI UP/Uttarakhand (@ANINewsUP) October 23, 2022
ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ଡାକ୍ତରଖାନାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସଟି ଗୋରଖପୁରରୁ ରାଜସ୍ଥାନ ସ୍ଥିତ ଆଜମେରର ସରିଫ ଅଭିମୁଖେ ଯାତ୍ରା କରୁଥିଲା । ଯେଉଁଥିରେ ମୋଟ 46 ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ 3ଟା ସମୟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ନିକଟରେ ଏକ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 42 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଦୁର୍ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସୂଚନା ଥାଉକି, ଗତକାଲି(ଶନିବାର) ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟି 15ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ 30ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ