ପାଟନା: ଏକ ବିବାହ ଉତ୍ସବରୁ ଯୋଗ ଦେଇ ହସଖୁସିରେ ଫେରୁଥିଲେ ପରିବାର । ହେଲେ ବାଟରେ ଛପି ବସିଥିଲା ଯମ। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 5ଜଣଙ୍କ ଜୀବନ। ଗଚତକାଲି (ଶନିବାର) ଦିନ ବିହାରର ମୁଜାଫରପୁର-ବୈଶାଳି NH-28 ର ଚିକାନୋଟା ନିକଟରେ ଟ୍ରକ ଓ କାର ମୁହାମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ କାରରେ ଥିବା 5ଜଣଙ୍କର ଏକାସାଙ୍ଗରେ ମୃତ୍ୟୁ ଘଟିଛି। ତେବେ ମୃତ ବ୍ୟକ୍ତିମାନେ କାଣ୍ଟି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା କମଲେଶ ମହାଟୋ, ପତ୍ନୀ ରିଙ୍କୁ ଦେବୀ, ପୁଅ ଅମାନ କୁମାର, ଅଙ୍କିତ କୁମାର ବୋଲି ଜଣାପଡିଛି ।
ସୂଚନା ମୁତାବକ, ବିବାହ ଉତ୍ସବ ସାରି ଫେରିବା ପାଇଁ ଶ୍ବଶୂର ଘର ଲୋକ ଏକ କାର ଯୋଗାଇ ଦେଇଥିଲେ । ସେହି କାର ଯୋଗେ ସମସ୍ତ ପରିବାର ଲୋକ ମୁଜାଫରପୁରର କାଣ୍ଟି କଲୱାରୀ ଗ୍ରାମକୁ ଯାଉଥିଲେ । ସେହି ସମୟରେ ମୁଜାଫରପୁର NH 28ରେ ଚିକାନୋଟା ନିକଟରେ ଏକ ଦଶ ଚକିଆ ଟ୍ରକ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ବ୍ୟତୀତ ସ୍ୱାମୀ-ସ୍ତ୍ରୀ ଏବଂ ଦୁଇ ପିଲା ଥିଲେ । ଡ୍ରାଇଭରଙ୍କ ବ୍ୟତୀତ ସମସ୍ତେ ଗୋଟିଏ ପରିବାରର ଥିଲେ ।
କମଲେଶ ତାଙ୍କ ପରିବାର ସହିତ ତାଙ୍କ ଶାଶୁ ଘରକୁ ଯାଇ ସମସ୍ତିପୁରର ରହମତ ଗାଁର ଜାମୁନ ମହତୋଙ୍କ ଘରେ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ସେଠାରୁ ଫେରୁଥିବା ବେଳେ କାର୍ ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଖାଲି ରାସ୍ତା ଦେଖି କାରଟି ଏକ ତେଲ ଟ୍ୟାଙ୍କରକୁ ଓଭରଟେକ କରୁଥିବା ବେଳେ ଓଲଟି ପଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ଯାହାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଗ୍ରାମବାସୀଙ୍କ କହିବାନୁସାରେ, କମଲେଶ ରାଜମିସ୍ତ୍ରୀ ଥିବା ବେଳେ ତାଙ୍କ ପିତାଙ୍କ ଘର ଖବଡାରେ ଥିଲା । ତାଙ୍କ ପରିବାର ଦୀର୍ଘ ଦିନ ଧରି କଲବାରୀରେ ରହି ଆସୁଥିଲେ। ଏନେଇ ବଡ ଭାଇ ରାକେଶ କହିଛନ୍ତି ଯେ ,କମଲେଶ ବିବାହ ଉତ୍ସବରୁ ଫେରିବା ପାଇଁ ଏକ କାର ଭଡା କରି ପୁରା ପରିବାର ସହିତ ଘରକୁ ଫେରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଡ୍ରାଇଭରଙ୍କ ସହ କମଲେଶଙ୍କ ପତ୍ନୀ ଏବଂ ଉଭୟ ପୁଅଙ୍କର ମୃତ୍ୟୁ ଘଟିଛି । ଏମାନେ ସମସ୍ତେ ବିବାହରେ ଯୋଗ ଦେବା ପାଇଁ ପରିବାର ସହିତ 2 ମେ'ରେ ଯାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ