ETV Bharat / bharat

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ନେଲା 7 ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ

author img

By

Published : Aug 14, 2023, 9:57 AM IST

ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା ଯୋଗୁଁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା
Himachal Pradesh cloud burst

ସିମଲା: ହିମାଚଳ ପ୍ରଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶରେ ବର୍ଷା ବିପତ୍ତି ଆଣିଛି । ପ୍ରକୃତି କୋପରେ ହିମାଚଳରେ ସ୍ଥିତି ଅଣାୟତ୍ତ ହୋଇଛି । ବାଦଲ ଫଟା ବର୍ଷାରେ 7 ଜଣଙ୍କର ମୃତ୍ୟୁ ହୋଇଛି । ସୋଲାନ ଜିଲ୍ଲା ଡାଡୋନ ଗାଁରେ ବାଦଲ ଫଟା ବର୍ଷାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ନିଖୋଜ ଅଛନ୍ତି । ଦୁଇଟି ଘର ଓ ଗୋଟିଏ ଗୁହାଳ ଧୋଇ ହୋଇ ଯାଇଛି । ଏ ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । 7 ଜଣଙ୍କ ମୃତ୍ୟୁ ନେଇ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ଶୋକ ପ୍ରକାଶ କରିଛନ୍ତି ।

  • Himachal Pradesh | A cloud burst reported at Jadon village of Kandaghat sub division in Solan. Two houses and one cowshed washed away. Details awaited.

    (Photos : District Disaster Management Authority, Solan) pic.twitter.com/lz4l4khsRS

    — ANI (@ANI) August 14, 2023 " class="align-text-top noRightClick twitterSection" data=" ">

ସୋଲାନ ଜିଲ୍ଲା ଖଣ୍ଡାଘାଟ ସବ ଡିଭିଜନ ଡାଡୋନ ଗାଁରେ ଭୟଙ୍କର ବାଦଲ ଫଟା ବର୍ଷା ହୋଇଥିଲା ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି 3 ଜଣ ନିଖୋଜ ଅଛନ୍ତି । ଦୁଇଟି ଘର ଏବଂ ଗୋଟିଏ ଗୁହାଳ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପ୍ରଥମେ 5 ଜଣଙ୍କର ମୃତ୍ୟୁ ରିପୋର୍ଟ ଆସି ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ 2ଟି ମୃତଦେହ ଉଦ୍ଧାର ହୋଇଥିଲା । ପ୍ରକୃତି କୋପରେ 7ଜଣଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ । କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ଭାସିଗଲା ଗାଡି, ମାଡିଗଲା ମାଟିମିଶା ପାଣି

ଏହା ବି ପଢନ୍ତୁ...ହିମାଚଳରେ ସ୍ଥିତି ଅଣାୟତ; ବ୍ରିଜ ଉପରେ ଲହଡି, ମନ୍ଦିରରେ ପଶିଲା ପାଣି

  • #UPDATE | Death toll rises to seven when two more bodies were recovered after an incident of cloudburst was reported at Jadon village of Kandaghat sub division in Solan, Himachal Pradesh

ପ୍ରକାଶ ଥାଉ କି, ହିମାଚଳର ଲଗାତାର ଭାବେ ତାଣ୍ଡବ କରୁଛି ପ୍ରକୃତି । ଗତ ମାସରେ (ଜୁଲାଇ)ରେ ପ୍ରବଳ ବର୍ଷାରେ ବେହାଲ ହୋଇଥିବା ହିମାଚଳ ପ୍ରଦେଶ । ଲଗାଣ ବର୍ଷା ଫଳରେ ହିମାଚଳ ପ୍ରଦେଶରେ ଜଳ ପ୍ରଳୟ ହୋଇଥିଲା । ସବୁ ପାଣି ପାଣି ହୋଇଥିଲା । କେଉଁଠି ଗାଡି ଭାସି ଯାଇଥିବା ତ କେଉଁଠି ମାଟି ଧସି ରାସ୍ତା ଜାମ ହୋଇଥିଲା ତ ପୁଣି ଆଉ କେଉଁଠି ପ୍ରବଳ ବର୍ଷା ପରେ ଭୂସ୍ଖଳନ ଆଉ ମାଟି ମିଶା ପାଣିରେ ରାସ୍ତାଘାଟ ବୁଡିଯାଇଥିଲା । ଲଗାଣ ବର୍ଷା କାରଣକୁ ଜଳବନ୍ଦୀ ଜନଜୀବନ ବିତାଇବାକୁ ପଡିଥିଲା । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇ ପଡିଥିଲା । ରାସ୍ତାଘାଟରେ ଆଣ୍ଠୁଏ ପାଣି ଛିଡ଼ା ହୋଇଥିଲା ଅନେକ ଜୀବନ ଯାଇଥିଲା । ଏହାର ଠିକ ମାସ ପରେ ପୁଣି ହିମାଚଳର ବାଦଲ ଫଟା ବର୍ଷାରେ 7 ଜଣଙ୍କର ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.