ETV Bharat / bharat

ବାର୍ଥ ଡେ ପାର୍ଟିରୁ ଫେରିବା ବେଳେ ଧକ୍କା ଦେଲା ଡମ୍ଫର, ୬ ଯୁବକ ମୃତ - ଦୁର୍ଘଟଣାରେ ୬ ଯୁବକଙ୍କ ମୃତ୍ୟୁ

ସାଙ୍ଗର ଜନ୍ମଦିନ ପାଳନ କରି ଫେରୁଥିବା ବେଳେ ଧକ୍କା ଦେଲା ଡମ୍ଫର । ଦୁର୍ଘଟଣାରେ ୬ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Haryana road accident
Haryana road accident
author img

By

Published : Mar 3, 2023, 11:46 AM IST

ଚଣ୍ଡିଗଡ: ସାଙ୍ଗର ବାର୍ଥ ଡେ' ପାର୍ଟିରୁ ଫେରିବା ବେଳେ ଧକ୍କା ଦେଲା ଡମ୍ଫର । ଦୁର୍ଘଟଣାରେ ଚାଲିଗଲା ୬ ଯୁବକଙ୍କ ଜୀବନ । ହରିୟାଣାର ଫରିଦାବାଦ ଅଞ୍ଚଳରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ପଲୱନ ଜିଲ୍ଲା ନିବାସୀ ହୋଇଥିବାବେଳେ ଗତକାଲି ରାତିରେ ଗୁରୁଗ୍ରାମରୁ କାର୍ ଯୋଗେ ଘରକୁ ଫେରୁଥିଲେ । ବାଟରେ ଦ୍ରୁତଗତିରେ ଆସୁଥିବା ଏକ ଡମ୍ଫର ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ, ପଲୱଲ ଜିଲ୍ଲା ନିବାସୀ ପୁନିତ, ଜତିନ, ଆକାଶ, ସନ୍ଦୀପ, ବଲଜିତ ଏବଂ ବିଶାଳ ନିଜ ସାଙ୍ଗର ଜନ୍ମଦିନ ପାଳନ ପାଇଁ କାର୍ ଯୋଗେ ଗୁରୁଗ୍ରାମ ଯାଇଥିଲେ । ଜନ୍ମଦିନରେ ମଉଜ ମଜଲିସ୍ କରି ରାତିରେ ସମସ୍ତେ ଘରକୁ ଫେରୁଥିଲେ । ଗୁରୁଗ୍ରାମ-ଫରିଦାବାଦ ରୋଡରେ ଗାଡି ଆଗକୁ ବଢୁଥିବା ବେଳେ ପାଲି ଗ୍ରାମ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଡମ୍ଫର ହଠାତ୍ ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସମସ୍ତେ ଆଖି ବୁଜିଥିଲେ । ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା । ତେବେ ସମସ୍ତ ମୃତକଙ୍କ ବୟସ ୨୪ରୁ ୩୦ ବର୍ଷ ମଧ୍ୟରେ ହେବ । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ଏହାମଧ୍ୟ ପଢନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ବିହାର-ତାମିଲନାଡୁ ଛକାପଞ୍ଝା ! ନୀତିଶଙ୍କୁ ଜବାବ ଦେଲେ ତାମିଲନାଡୁ DGP

ତେବେ ହରିୟାଣାରେ ଶୁକ୍ରବାର ସକାଳ ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇଛି । ଆଜି ରାଜ୍ୟରେ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାପୂର୍ବରୁ ପାନିପାଥ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ପାନିପଥର ଏକ ମନ୍ଦିରରୁ ଶ୍ରଦ୍ଧାଳୁମାନେ ଟ୍ରାକ୍ଟରରେ ଫେରୁଥିଲେ । ବାଟରେ ଏକ ଟ୍ରକ ପଛ ପଟୁ ଟ୍ରାକ୍ଟରକୁ ଜୋରରେ ଧକ୍କା ଦେଇଥିଲା । ଯେଉଁ କାରଣରୁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ୪୦ ଲକ୍ଷ ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.