ETV Bharat / bharat

ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ: ମାର୍କେଟ କମ୍ପ୍ଲେକ୍ସରେ ଲାଗିଲା ନିଆଁ, ୬ ମୃତ

ହାଇଦ୍ରାବାଦର ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ । ଏକ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Mar 17, 2023, 7:56 AM IST

Updated : Mar 17, 2023, 8:05 AM IST

ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ
ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ତେଲେଙ୍ଗାନାର ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ । ୮ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦସ୍ଥିତ ସିକନ୍ଦରାବଦାରେ ଥିବା ସ୍ବପ୍ନଲୋକ କମ୍ପ୍ଲେକ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ୪ ଜଣ ମହିଳା ରହିଛନ୍ତି । ସମସ୍ତଙ୍କ ବୟସ ୨୫ ବର୍ଷରୁ କମ୍ ହେବ । ସେମାନେ ଏହି କମ୍ପ୍ଲେକ୍ସରେ ଥିବା କଲ୍ ସେଣ୍ଟରରେ କାମ କରୁଥିବା ପୋଲିସ କହିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ସ୍ବପ୍ନଲୋକ କମ୍ପ୍ଲେକ୍ସ ବିଲ୍ଡିଂରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଦୋକାନ ରହିଛି । କଲ୍ ସେଣ୍ଟର ଠାରୁ ଆରମ୍ଭ କରି ଲୁଗା ଦୋକାନ, କମ୍ପ୍ୟୁଟର ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି । ତେଣୁ ସବୁବେଳେ ଏହି କମ୍ପ୍ଲେକ୍ସ ଜନଗହଳିପୂର୍ଣ୍ଣ ରହିଥାଏ । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସ୍ବପ୍ନଲୋକ କମ୍ପ୍ଲେକ୍ସର ସପ୍ତମ ମହଲାରେ ନିଆଁ ଲାଗିଯାଇଥିଲା । ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଏହାପରେ କମ୍ପେକ୍ସର ୫ ମହଲାରେ ବଡ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଏଠାକାର କର୍ମଚାରୀ ଏବଂ ସପିଂ ପାଇଁ ଆସିଥିବା ଲୋକମାନେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

ଆଖି ପିଛୁଳାକେ ନିଆଁ ବ୍ୟାପିଯିବା କାରଣରୁ ସବୁକିଛି ଧୂଆଁମୟ ହୋଇଯାଇଥିଲା । ଯେଉଁ କାରଣରୁ ଅନେକ ଲୋକ ବାହାରକୁ ଆସିପାରି ନଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଅଗ୍ନିକାଣ୍ଡ ପାଇଁ ବିଦ୍ୟୁତସଂଯୋଗ ବିଚ୍ଛିନ୍ନ ହୋଇଯିବା ଯୋଗୁଁ ଲୋକମାନେ ମୋବାଇଲ ଟର୍ଚ୍ଚ ଲାଇଟରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ । ଅନେକ ଲୋକ ନିଆଁରୁ ରକ୍ଷା ପାଇବା ପାଇଁ ବାଥରୁମରେ ବନ୍ଦ ହୋଇଥିବାବେଳେ କେତେକ ଧୂଆଁ କାରଣରୁ ଅଚେତ ହୋଇଯାଇଥିଲେ । ଅଗ୍ନିଶମ ଟିମ୍ କ୍ରେନ ସାହାଯ୍ୟରେ ଉପର ମହଲାରେ ଫସିଥିବା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଏହାପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ୱାରଙ୍ଗଲ ଜିଲ୍ଲାର ଶ୍ରାବଣୀ, ଶିବା, ମେହବୁବାବାଦ ଜିଲ୍ଲାର ବିନ୍ନେଲା, ପ୍ରଶାନ୍ତ ଏବଂ ଖମ୍ମାମ ଜିଲ୍ଲାର ତ୍ରିବେଣୀ ଓ ପ୍ରମିଳା । ସମସ୍ତେ ଏହି କମ୍ପ୍ଲେକ୍ସରେ ଥିବା କଲ୍ ସେଣ୍ଟରରେ କାମ କରୁଥିଲେ । ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି ।

ସ୍ବପ୍ନାଲୋକ କମ୍ପ୍ଲେକ୍ସ ୪ ଲକ୍ଷ ସ୍କ୍ବୟାର ଫୁଟରେ ଅବସ୍ଥିତ । ଏହି କମ୍ପ୍ଲେକ୍ସରେ ପ୍ରାୟ ୪୦୦ଟି ଦୋକାନ ଓ ଅଫିସ ରହିଛି । ଏଠାରେ ପାଖାପାଖି ୩ ହଜାର ଲୋକ କାମ କରନ୍ତି । ପ୍ରତିଦିନ ହଜାର ହଜାର ଲୋକେ ସପିଂ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ସ୍ବପ୍ନାଲୋକ କମ୍ପ୍ଲେକ୍ସକୁ ଆସିଥାନ୍ତି । ତେବେ ଅଗ୍ନିକାଣ୍ଡ ସମୟରେ ୫ ମହଲାରୁ ୭ ମହଲାରେ ଥିବା ଅଫିସଗୁଡିକର କର୍ମଚାରୀମାନେ ପଳାଇ ଯାଇଥିଲେ । ତେଣୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି ବୋଲି କୁହାଯାଉଛି ।

Last Updated : Mar 17, 2023, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.