ETV Bharat / bharat

ସାଙ୍ଗକୁ ବିଦାୟ ଦେବାକୁ ଯାଉଥିଲେ ବାଟରେ ଛକିଥିଲା ମୃତ୍ୟୁ ! ଦୁର୍ଘଟଣାରେ ପଥଚାରୀ ସମେତ 5 ମୃତ

author img

By

Published : Feb 24, 2023, 7:53 AM IST

ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ । କର୍ଣ୍ଣାଟକ ଧାରୱାଡ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

Road Accident in Karnataka
Road Accident in Karnataka

ବେଙ୍ଗାଲୁରୁ: କର୍ଣ୍ଣାଟକ ଧାରୱାଡ ଜିଲ୍ଲାରେ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ପଛପଟୁ ଟ୍ରକକୁ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍‌ରେ ଥିବା ସମସ୍ତ ଯାତ୍ରୀ ବେଲଗମ ଜିଲ୍ଲା ଔରାଦି ଅଞ୍ଚଳର ହୋଇଥିବାବେଳେ ସେମାନେ ଧାରୱାଡ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଧାରୱାଡ ଜିଲ୍ଲା ତେଗୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । କାର ଚାଳକ ଜଣେ ପଥଚାରୀଙ୍କୁ ଧକ୍କା ଦେବାରୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ସାମ୍ନାରେ ଯାଉଥିବା ଏକ ଟ୍ରକ ସହ ପଛ ପଟୁ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ସମ୍ପୃକ୍ତ ପଥଚାରୀଙ୍କ ସମେତ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ କାର୍‌ଟି ପୁରା ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି ।

ଯାହା ସୂଚନା ମିଳିଛି, କାରରେ ଥିବା ସମସ୍ତ ଯାତ୍ରୀ ଅଗ୍ନିପଥରେ ନିଯୁକ୍ତି ପାଇଥିବା ଜଣେ ସାଙ୍ଗକୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଯାଉଥିଲେ । ଗାଡିଟି ତେଗୁର ଅଞ୍ଚଳରେ ଅତି ଦ୍ରୁତଗତିରେ ଆଗକୁ ବଢୁଥିବା ବେଳେ ଜଣେ ପଥଚାରୀ ସାମ୍ନାକୁ ଆସିଯାଇଥିଲେ । ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ କାର୍ ଚାଳକ ପଛ ପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହାପରେ ସମ୍ପୃକ୍ତ ପଥଚାରୀଙ୍କ ସହ ମଧ୍ୟ କାର ଧକ୍କା ହୋଇଥିଲା । ଫଳରେ ଏଥିରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପଥଚାରୀ ଆଖି ବୁଜିଥିଲେ ।

ଏହାମଧ୍ୟ ପଢନ୍ତୁ: ହାଇଦ୍ରାବାଦ ବିମାନବନ୍ଦରରୁ 7କୋଟିର ସୁନା ଜବତ, 23 ସୁଦାନ ନାଗରିକ ଗିରଫ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ହେଲେ ମହନ୍ତେଶ ମୁଦ୍ଦୋଜି, ବାସବରାଜ ନାରଗୁଣ୍ଡା, ନାଗପ୍ପା ମୁଦୋଜି, ଶ୍ରୀକୁମାର ଏବଂ ପଥଚାରୀ ଏରନ୍ନା ରାମନଗୌଦାର । ଏଥିରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଞ୍ଜୁନାଥ ମୁଦୋଚି ଅଗ୍ନିପଥରେ ନିଯୁକ୍ତି ପାଇଥିଲେ । ତାଙ୍କୁ ହୁବଲିରେ ଛାଡିବାକୁ ତାଙ୍କର କିଛି ସାଙ୍ଗ ଓ ସମ୍ପର୍କୀୟ ସେଠାକୁ ଯାଉଥିଲେ । ହେଲେ ବାଟରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ତେବେ ଅଗ୍ନିପଥରେ ନିଯୁକ୍ତ ପାଇଥିବା ମଞ୍ଜୁନାଥଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.