ଡେରାଡୁନ: ଉତ୍ତରାଖଣ୍ଡର ଜଖୋଲା ମୋଟରମାର୍ଗରେ ୭୦୦ ମିଟର ଘାଇ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବସ୍ରେ ୧୨ରୁ ୧୩ ଜଣ ଯାତ୍ରୀ ଥିବା ନେଇ ଅନୁମାନ କରାଯାଉଛି । ତେବେ କେତେ ଯାତ୍ରୀ ଥିଲେ ତାହାକୁ ନେଇ ସ୍ପଷ୍ଟ ସୂଚନା ମିଳିନି ।
-
Uttarakhand | A vehicle carrying 12-13 people fell into a deep gorge about 500-700 meters from the road at village Palla Jakhol on Dumak road in Chamoli. Rescue work in progress. Another team of SDRF also sent from Post Pandukeshwar: SDRF spokesman
— ANI UP/Uttarakhand (@ANINewsUP) November 18, 2022 " class="align-text-top noRightClick twitterSection" data="
">Uttarakhand | A vehicle carrying 12-13 people fell into a deep gorge about 500-700 meters from the road at village Palla Jakhol on Dumak road in Chamoli. Rescue work in progress. Another team of SDRF also sent from Post Pandukeshwar: SDRF spokesman
— ANI UP/Uttarakhand (@ANINewsUP) November 18, 2022Uttarakhand | A vehicle carrying 12-13 people fell into a deep gorge about 500-700 meters from the road at village Palla Jakhol on Dumak road in Chamoli. Rescue work in progress. Another team of SDRF also sent from Post Pandukeshwar: SDRF spokesman
— ANI UP/Uttarakhand (@ANINewsUP) November 18, 2022
ବର୍ତ୍ତମାନ ଘାଇ ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ସୂଚନା ମିଳିବାମାତ୍ରେ ପୋଲିସ ପହଞ୍ଚିଥିଲା । ଏହାପରେ ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଛି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୋକ ବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାକୁ ନେଇ ଜିଲ୍ଲାପାଳଙ୍କୁ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଅନ୍ଧାର ହୋଇଥିବା ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ମୃତକ ମଧ୍ୟରେ ଦୁଇ ମହିଳା ଓ ୧୦ ପୁରୁଷ ରହିଛନ୍ତି । ଏହାକୁ ନେଇ SDRF ମୁଖପାତ୍ର ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ତା ସହିତ ଆହତଙ୍କ ମଗାଣା ଚିକିତ୍ସା କରାଇବାକୁ ଘୋଷଣା କରାଯାଇଛି ।