ETV Bharat / bharat

Snowstorm In Pakistan: ପ୍ରବଳ ତୁଷାରପାତରେ ଫସି ରହି ୨୧ ପର୍ଯ୍ୟଟକ ମୃତ

author img

By

Published : Jan 8, 2022, 8:50 PM IST

ପାକିସ୍ତାନରେ ପ୍ରବଳ ତୁଷାରପାତ । ଯାତାୟତ ପ୍ରଭାବିତ ହେବାରୁ ଗାଡିରେ ଫସି ରହି ୨୧ ପର୍ଯ୍ୟଟକ ମୃତ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Snowstorm In Pakistan: ପ୍ରବଳ ତୁଷାରପାତରେ ଫସିରହି ୨୧ ପର୍ଯ୍ୟଟକ ମୃତ

ଇସ୍‌ଲାମାବାଦ: ପ୍ରବଳ ତୁଷାରପାତ କାରଣରୁୁ ୨୧ ପର୍ଯ୍ୟଟକଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ପଡୋଶୀ ପାକିସ୍ତାନରୁ । ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦର ଉତ୍ତର-ପୂର୍ବଠାରୁ ପ୍ରାୟ 70 କିଲୋମିଟର ଦୂରରେ ଥିବା ମୁରି ନିକଟରେ ଏପରି ଅଘଟଣ ସାମ୍ନାକୁ ଆସିଛି । ହଜାର ହଜାର ପର୍ଯ୍ୟଟକ ଏକକାଳୀନ ପାହାଡ ଚଢୁଥିବା ସମୟରେ ହଠାତ ପ୍ରବଳ ତୁଷାରପାତ ହୋଇଥିଲା । ଫଳରେ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ମଧ୍ୟ ଜାମ ହୋଇଥିଲା । ପ୍ରବଳ ଥଣ୍ଡାରେ ଗାଡି ମଧ୍ୟରେ ଘଣ୍ଟା ଘଣ୍ଟା ଫସି ରହିଥିବା ପ୍ରାୟ ୨୧ ପର୍ଯ୍ୟଟକ ପ୍ରାଣ ହରାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆହୁରି ମଧ୍ୟ ହଜାର ହଜାର ପର୍ଯ୍ୟଟକ ଉକ୍ତ ସ୍ଥାନରେ ଫସି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଯାତାୟତ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ପାରିନାହିଁ । ସୁରକ୍ଷା ବଳ ଓ ଉଦ୍ଧାରକାରୀ ଦଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି । ଅସ୍ବାଭାବିକ ତୁଷାରପାତ ଏବଂ ପାଣିପାଗ ସ୍ଥିତି ଯାଞ୍ଚ କରି ଲୋକଙ୍କ ଉକ୍ତ ସ୍ଥାନରେ ପରିଭ୍ରମଣ ପାଇଁ ଅନୁମତି ଦେବାକୁ ସ୍ଥାନୀୟ ପ୍ରଶାସନକୁ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.