ETV Bharat / bharat

Thanjavur Chariot Procession: ବିଦ୍ୟୁତ୍‌ ତାରରେ ଲାଗିଲା ରଥ, ଚାଲିଗଲା 11 ଜୀବନ

author img

By

Published : Apr 27, 2022, 7:27 AM IST

Updated : Apr 27, 2022, 10:08 AM IST

ତାମିଲନାଡୁ ତାନଞ୍ଜୁଭୁର ଜିଲ୍ଲାରେ ଅଘଟଣ । ରଥଯାତ୍ରା ନେଇ ଉତ୍ସବମୁଖର ଥିଲା ପରିସର । ହେଲେ ଘଡିଏ ଭିତରେ ସବୁ କିଛି ଛାର ଖାର ହୋଇଗଲା । ବିଦ୍ୟୁତ ତାରରେ ରଥର ଅଗ୍ରଭାଗ ଲାଗିିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ତାରରେ ଲାଗିଲା ରଥ
ବିଦ୍ୟୁତ ତାରରେ ଲାଗିଲା ରଥ

ଚେନ୍ନାଇ: ତାମିଲନାଡୁ ତାନଞ୍ଜୁଭରରେ ବଡଧରଣର ଅଘଟଣ । ତାନଞ୍ଜୁଭର କାଲିମେଡୁ ମନ୍ଦିରରେ ସଥ୍ୟା ପର୍ବ ରଥଯାତ୍ରା ନେଇ ଉତ୍ସବମୁଖର ଥିଲା ପରିସର । ହେଲେ ଘଡିଏ ଭିତରେ ସବୁ କିଛି ଛାର ଖାର ହୋଇଗଲା । ବିଦ୍ୟୁତ ତାରରେ ରଥର ଅଗ୍ରଭାଗ ଲାଗିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଅଘଟଣରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଭୋର 3ଟା 15ରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ଆହତଙ୍କୁ ଓଲିଭର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 3ଜଣ ଶିଶୁ ରହିଛନ୍ତି । ଘଟଣାସ୍ଥଳରେ 2ଜଣ ଶିଶୁ ଓ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାନରେ ଅନ୍ୟ ଜଣେ ଶିଶୁ ଆଖି ବୁଜିଛି ।

  • Rs. 2 lakh each from PMNRF would be given to the next of kin of those who have lost their lives due to the mishap in Thanjavur, Tamil Nadu. The injured would be given Rs. 50,000: PM @narendramodi

    — PMO India (@PMOIndia) April 27, 2022 " class="align-text-top noRightClick twitterSection" data=" ">

ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଡିରୁ ମୃତକଙ୍କ ପରିବାରରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

94 ତମ ଗୁରୁପୂଜା ଉତ୍ସବ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ରଥରେ ଶୋଭାଯାତ୍ରାରେ ଆସୁଥିବା ବେଳେ ଏହି ଅଘଟଣ ହୋଇଛି । 30 ଫୁଟ ଉଚ୍ଚରେ ଥିବା ହାଇଭୋଲଟେଜ୍ ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିଲା । ଯାହା ଫଳରେ ରଥ ସାରା କରେଣ୍ଟ ବ୍ୟାପି ଯାଇ ନିଆଁ ଲାଗିଯାଇଥିଲା । ଉତ୍ସବ ନେଇ ଯେଉଁଠି ହସଖୁସିରେ ଫାଟି ପଡୁଥିବା ଅଞ୍ଚଳ ଏବେ କାନ୍ଦ ବୋବାଳିରେ ଫାଟୁଛି ।

Thanjavur Chariot Procession
Thanjavur Chariot Procession

ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ମନ୍ତ୍ରୀ ଅନବିଲ ମହେଶ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାନଞ୍ଜୋର ଅଭିମୁଖେ ଯାତ୍ରା ନେଇ ସୂଚନା ମିଳିଛି । ପୀଡିତଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।

Thanjavur Chariot Procession
Thanjavur Chariot Procession

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରଥଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର 15 ମିନିଟ ପୂର୍ବରୁ ଏହି ଅଘଟଣ ଘଟିଛି । ରାସ୍ତାରେ ପାଣି ଥିବାରୁ କରେଣ୍ଟ ଖୁବ ଶୀଘ୍ର ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ମାମଲା ପଞ୍ଜୀକୃତ ହୋଇଥିବା କହିଛନ୍ତି ସେଣ୍ଟ୍ରାଲ୍ ଜୋନ୍ ଇନ୍ସପେକ୍ଟର ଜେନେରାଲ୍ ଭି ବାଲାକ୍ରିଷ୍ଣନ୍ । ତାନଞ୍ଜୁଭର ଜିଲ୍ଲାପାଳ ଦିନେଶ ପୋନରାଜ ଡାକ୍ତରଖାନାରେ ପହଞ୍ଚି ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2022, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.