ETV Bharat / bharat

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

author img

By

Published : Aug 28, 2022, 12:59 PM IST

ଡିଭାଇଡରେ ପିଟି ହୋଇ ଓଲଟିଲା କାର୍ । ଦେଢ ବର୍ଷର ଶିଶୁ ସମେତ ୫ ମୃତ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡର ସହ ପିଟି ହୋଇ କାର୍ ଓଲଟି ପଡିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି(Five dead in road accident) । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଜଣେ ଦେଢବର୍ଷର ଶିଶୁ ଥିବାର ଜଣାପଡିଛି । ଶନିବାର ରାତିରେ ଉତ୍ତରପ୍ରଦେଶ ଆଜମଗଡ(Azamgarh District) ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜମଗଡ ଅନ୍ତର୍ଗତ ଭାଗୱାନପୁର ନିକଟରେ ଦୁର୍ଘଟଣା ଘଟିଛି । ଆଜମଗଡରୁ ଜୌନପୁର ଅଭିମୁଖେ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହାପରେ ଗାଡିଟି ଏକ ବାଇକକୁ ଧକ୍କା ଦେବା ସହ ଓଲଟି ପଡିଥିଲା । ଏଥିରେ କାର୍‌ରେ ଥିବା ୪ ଜଣ ଯାତ୍ରୀଙ୍କ ସମେତ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

  • #UPCM @myogiadityanath ने जनपद आजमगढ़ में हुए सड़क हादसे में जनहानि पर गहरा शोक प्रकट किया है।

    मुख्यमंत्री जी ने दिवंगतों की आत्मा की शांति की कामना करते हुए शोक संतप्त परिजनों के प्रति संवेदना व्यक्त की है।

    — CM Office, GoUP (@CMOfficeUP) August 28, 2022 " class="align-text-top noRightClick twitterSection" data=" ">

ଏହି ଆଜମଗଡ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(CM Yogi Adityanath) ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କୋଇଲା ଟ୍ରକ ଧକ୍କାରେ ଚାଲିଗଲା 5 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହାପୂର୍ବରୁ ଶନିବାର ଦିନ ଉତ୍ତର ପ୍ରଦେଶର ହାର୍ଦୋଇ ଜିଲ୍ଲାରେ କୃଷକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ନଦୀକୁ ଖସିପଡିଥିଲା(Tractor Carrying 24 Falls Into UP River) । ଟ୍ରାକ୍ଟରରେ ମୋଟ ୨୪ ଜଣ ଥିଲେ । କୃଷକମାନେ ନିକଟସ୍ଥ ମଣ୍ଡିରେ ପନିପରିବା ବିକ୍ରି କରି ଟ୍ରାକ୍ଟର ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଗାରା ନଦୀ ବ୍ରିଜ ଉପରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ମଧ୍ୟକୁ ଖସି ପଡିଥିଲା । ଫଳରେ ଏକାଧିକ କୃଷକ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଖବର ପାଇ ଉଦ୍ଧାକାରୀ ଟିମ୍ ସହ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କିଛି ଲୋକଙ୍କ ଉଦ୍ଧାର କରିଥିଲେ ମଧ୍ୟ ୭ରୁ ଅଧିକ ଲୋକଙ୍କ ନିଖୋଜ ରହିଥିଲେ । ଏହି ହୃଦୟ ବିଦାରକ ଘଟଣା ଲୋକଙ୍କ ମନରେ ତାଜା ରହିଥିବା ବେଳେ ପୁଣି ଆଜମଗଡ ଜିଲ୍ଲାରେ ଦୁର୍ଘଟଣା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.