ETV Bharat / bharat

50 ଫୁଟ ପୋଲ ଉପରୁ ଖସିଲା ବସ୍‌, 24 ମୃତ - ମଧ୍ୟ ପ୍ରଦେଶ ବସ ଦୁର୍ଘଟଣା

ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । 50 ଫୁଟ ଉପରୁ ଖସିଲା ବସ୍‌ ଖସିବା ଫଳରେ 24 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶ ସଡକ ଦୁର୍ଘଟଣା
Madhya Pradesh bus accident
author img

By

Published : May 9, 2023, 10:58 AM IST

Updated : May 10, 2023, 6:16 AM IST

ଭୋପାଳ: ମଧ୍ୟ ପ୍ରଦେଶରେ ଆଜି(ମଙ୍ଗଳବାର) ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମଧ୍ୟ ପ୍ରଦେଶ ଖରଗାଓଁରେ 50ଫୁଟ ଉପରୁ ବ୍ରିଜ ଉପରୁ ଏକ ବସ ଖସି ପଡିଛି । ଏଥିରେ 24 ଜଣଙ୍କର ମୃତ୍ୟୁ ହୋଇଛି । 26 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କ ପାଇଁ ଜିଓ ବାଧ୍ୟତାମୂଳକ, 37 ଟଙ୍କାରେ ମାସିକ ପ୍ଲାନ୍‌

ବସଟି 50 ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ବସ୍‌ଟି ଶ୍ରୀଖଣ୍ଡିରୁ ଇନ୍ଦୋର ଯାଉଥିଲା । ପୂବାହ୍ନ 8ଟା 30ରେ ମଧ୍ୟ ପ୍ରଦେଶ ଖରଗାଓଁ ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଖରଗାଓଁରେ ଥିବା ଏକ ବ୍ରିଜ ଉପରୁ ତଳକୁ ଖସି ପଡିଥିଲା ବସ । ହିରାମଣି ଟ୍ରାଭେଲ୍ସର ବସରେ ନମ୍ବର (ଏମପି 10ପି 7755)ରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସିଥିଲେ । ବସ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ବାଡରେ ପିଟି ହୋଇ ସିଧା ତଳକୁ ଖସି ପଡିଥିଲା । ଭାରସାମ୍ୟ ହରାଇ ବ୍ରିଜରୁ ପ୍ରାୟ 50 ଫୁଟ ତଳକୁ ବସ୍‌ଟି ଖସିଯିବା ଫଳରେ 24 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । 16 ଜଣ ଆହତ ହୋଇଛନ୍ତି । ମୃତ 24 ଜଣଙ୍କ ମଧ୍ୟରେ 7 ଶିଶୁ, 8 ମହିଳା ଓ 9ଜଣ ପୁରୁଷ ରହିଛନ୍ତି । ବସ ଡ୍ରାଇଭର, କଣ୍ଡକ୍ଟର ସହ ହେଲ୍ପରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

  • Madhya Pradesh government announces immediate financial assistance of Rs 4 lakhs each to the families of the deceased, Rs 50,000 each to the seriously injured and Rs 25,000 each to those who received minor injuries in Khargone bus accident.

    — ANI (@ANI) May 9, 2023 " class="align-text-top noRightClick twitterSection" data=" ">

ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ଥିବା କହିଛନ୍ତି ଖରଗାଓଁ ଏସପି ଧରମବୀର ସିଂହ । ତେବେ ପ୍ରକୃତରେ କେଉଁ କାରଣକୁ ଦୁର୍ଘଟଣା ଘଟିଛି ତାହାର କାରଣ ଅସ୍ପଷ୍ଟ ରହିଛି । ବସ୍‌ରେ କ୍ଷମତାଠୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସ୍‌ଟି ବ୍ରିଜ୍‌ ତଳକୁ ଖସି ପଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାର ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • An ex-gratia of Rs. 2 lakh from PMNRF would be given to the next of kin of each deceased in the bus accident in Khargone, Madhya Pradesh. The injured would be given Rs. 50,000: PM @narendramodi

    — PMO India (@PMOIndia) May 9, 2023 " class="align-text-top noRightClick twitterSection" data=" ">

ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଆହତଙ୍କ ପାଇଁ 50 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...ଥାଲାସେମିଆ ବାଲ ସେବା ଯୋଜନାର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ

ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ଗୁରୁତର ଆହତଙ୍କ ପାଇଁ 50 ହଜାର ସହାୟତା ରାଶି ଘୋଷଣା କରିଥିବା ବେଳେ ସମାନ୍ୟ ଆହତଙ୍କ ପାଇଁ 25 ହଜାର ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ।

Last Updated : May 10, 2023, 6:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.