ETV Bharat / bharat

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

author img

By

Published : Sep 16, 2022, 10:56 AM IST

Updated : Sep 16, 2022, 11:55 AM IST

ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ । କାନ୍ଥ ତଳେ ଚାପି ହୋଇ ଚାଲିଗଲା ୯ ଜୀବନ । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ
ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

ଲକ୍ଷ୍ନୌ: ବର୍ଷା ସାଜିଲା କାଳ । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଚାଲିଗଲା ୯ ଜୀବନ । ଆଜି ସକାଳେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଏହି ବଡ ଅଘଟଣ ଘଟିଯାଇଛି । ଗୋଟିଏ ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି ।

  • #UPCM @myogiadityanath ने जनपद लखनऊ स्थित एक कॉलोनी में दीवार गिरने के हादसे में हुई जनहानि पर गहरा दुःख व्यक्त किया है।

    मुख्यमंत्री जी ने शोक संतप्त परिजनों के प्रति संवेदना व्यक्त की है।

    — CM Office, GoUP (@CMOfficeUP) September 16, 2022 " class="align-text-top noRightClick twitterSection" data=" ">

ଏହି ଅଘଟଣରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Chief Minister Yogi Adityanath) ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର

ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ସାରା ସହରର ସ୍ଥିତି ଏକ ପ୍ରକାର ବେହାଲ ହୋଇଯାଇଛି । ତେବେ କାନ୍ଥ ପଡିବା ଘଟଣାରେ ଲକ୍ଷ୍ନୌ ଯୁଗ୍ମ କମିଶନର ଅଫ୍ ପୋଲିସ(Joint Commissioner of Police) ପିୟୁଷ ମୋରଦିଆ କହିଛନ୍ତି, ''ଦିଲକୁଶ ଅଞ୍ଚଳର ଆର୍ମି ଏନକ୍ଲେଭ(Army enclave) ବାହାରେ କିଛି ଶ୍ରମିକ ଛୋଟ କୁଡିଆ ଘରେ ଆଶ୍ରୟ ନେଇଥିଲେ । ଗତକାଲି ରାତିସାରା ବର୍ଷା ହେବା ଯୋଗୁଁ ଆର୍ମି ଏନକ୍ଲେଭର କାନ୍ଥ ହଠାତ୍ ଭୁଶୁଡି ପଡି ସେଠାରେ ଶ୍ରମିକମାନେ ଶୋଇଥିବା ଘର ଉପରେ ପଡିଥିଲା । ଯାହାଫଳରେ କାନ୍ଥ ତଳେ ଚାପି ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ଆମେ ଭୋର୍ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲୁ । କାନ୍ଥ ଅବଶେଷ ତଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲୁ ।'' ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Last Updated : Sep 16, 2022, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.